ଅକ୍ଟୋବର ୧୦ରେ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଏନେଇ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ସଂଘ୍ । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ୍‌ ବନ୍ଦ । ସେହି ଦିନ ମାଲକାନଗିରିରୁ ‘ଲକ୍ଷ୍ମୀ’ ଆରମ୍ଭ ହେଉଥିବାରୁ ବସ୍‌ ବନ୍ଦ । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଯୋଗୁ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ସେପ୍ଟେମ୍ବର ୨୭ତାରିଖ ସୁଦ୍ଧା ନହେଲେ ବାଧ୍ୟ ହୋଇ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ହେବ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଥିଲା ।

‘ଲକ୍ଷ୍ମୀ’ ଯୋଜନା ହେତୁ ୧୪ହଜାରରୁ ଅଧିକ ଘରୋଇ ବସ୍ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବେ ବୋଲି ସଂଘ କହିଥିଲା । ଘରୋଇ ବସ୍ କର୍ମଚାରୀମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବା ଜରୁରୀ ବୋଲି କୁହାଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ଦୁଇ ସପ୍ତାହ ତଳେ ‘ଲକ୍ଷ୍ମୀ’ ଯୋଜନାକୁ ଅନୁମୋଦନ କରିଥିଲା । ଏଥିରେ ପ୍ରତ୍ୟେକ ପଞ୍ଚାୟତରୁ ରାଜଧାନୀକୁ ବସ୍ ଚଳାଚଳ କରିବ ବୋଲି ଉଲ୍ଲେଖ ଅଛି ।