ଆସିକା – ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ରଥକୁ ଆସିକା ରେ ବିଭିନ୍ନ ସଙ୍ଘଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି l ଗୁରୁ ଦିବସରୁ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ରଥ ଆସାମ, ପଶ୍ଚିମବଙ୍ଗ ପରେ ଓଡିଶାର ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ପହଞ୍ଚିଥିଲା l କରୋନେସନ ପାର୍କ ନିକଟସ୍ଥ ପୂବର୍ତନ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ଏହି ସଭାରେ ମୁଖ୍ୟଅତିଥି ଅଖିଳ ଭାରତୀୟ ପ୍ରାଥମିକ ସଂଘର ଉପ ସଭାପତି ରାମ ଅବତାର ପାଣ୍ଡେ ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର ବର୍ଷିଆନ ଶିକ୍ଷକ ନେତା ପୀତବାସ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷଣ ବେହେରା, ଓ ସମସ୍ତ ସଙ୍ଘର କର୍ମକର୍ତା ମଞ୍ଚାସିନ ରହିଥିଲେ l
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଆସିକା ମଣ୍ଡଳ, ଆସିକା ବିଦ୍ୟୁତ ବିଭାଗ କର୍ମଚାରୀ ସଂଘ, ଆସିକା ଅମଲା ସଂଘ,ଓଡିଶା ପ୍ରାଥମିକ ଶିକ୍ଷକ ସଂଘ, ମିଳିତ ପ୍ରାଥମିକ ଶିକ୍ଷକ ସଂଘ,ଡାକ ବିଭାଗ ପକ୍ଷରୁ ରବୀନ୍ଦ୍ର ଚୌଧୁରୀ,ଅମଲା ସଙ୍ଘପକ୍ଷରୁ କିରଣ ପାଢ଼ୀ, ଶିକ୍ଷକ ସଂଘ ନେତା ଅର୍ଜୁନ ନାହାକ, ସରୋଜ ନାୟକ, ପ୍ରତିମା ଗୌଡ଼, ପ୍ରମିତା ମହାପାତ୍ର, କସ୍ତୁରୀ ରାଉଳ, ଆଞ୍ଜୁନା ରାଣୀ ପଟନାୟକ, ସନ୍ତୋଷ ବେହେରା, ଡାକକର୍ମଚାରୀ ସଂଘ ର ବସନ୍ତ ପାଠି, ସନ୍ତୋଷ ସାହୁ, ବସନ୍ତ ପାତ୍ର, ଜିତେନ୍ଦ୍ର ଗୌଡ଼, ରାମନାଥ ପଟନାୟକ, ବିଚିତ୍ର ବିହାରୀ ଦାସ,ସରୋଜ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ l ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ରେ ଶିକ୍ଷା ରଥକୁ ସ୍ୱାଗତ କରାଯାଇଥିଲା l
ଭାରତ ସରକାର ୨୦୦୪ ମସିହା ପର ଠାରୁ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗ ର ଯୁବ କର୍ମଚାରୀ ମାନଙ୍କୁ ନୂତନ ପେନସନ ବଦଳରେ ପୁରାତନ ପେନସନ ଲାଗୁ କରିବା,କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଠିକା କର୍ମଚାରୀ ନିଯୁକ୍ତି ବନ୍ଦ କରିବା ସହ କେରଳ ଓ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ସପ୍ତମ ପେ କମିଶନ ଲାଗୁ କରିବା ନେଇ ଏହି ରଥ ସାରା ଦେଶ ପରିକ୍ରମା କରି ଯୁବ ସମାଜ କୁ ଜାଗରଣ ସୃଷ୍ଟି କରୁଛି l ସରକାର ଯଦି ୩ ଦଫା ଦାବୀ ନମାନନ୍ତି ତେବେ ଆସନ୍ତା ଅକ୍ଟୋବାର ମାସ ୫ ତାରିଖ ରେ ଦିଲ୍ଲୀରେ ୩୬ ଗୋଟି ସଂଗଠନ ର କର୍ମକର୍ତା କୁ ନେଇ ଏକ ବିରାଟ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ର ଉପ ସଭାପତି ରାମ ଅବତାର ପାଣ୍ଡେlଏହି ରଥକୁ ସ୍ୱାଗତ କାର୍ଯ୍ୟକ୍ରମ କୁ ଶହ ଶହ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ସହଯୋଗ ସହ ସମର୍ଥନ କରିଥିଲେ l