ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତିର ମିଳିତରେ କ୍ୟାନ୍ସର ସର୍ଭାଇବର୍ ଡେ ପାଳିତ ।

ବ୍ରହ୍ମପୁର, ୨୪/୬ (ଅଭିଜିତ କର): ସ୍ଥାନୀୟ ସୋମନାଥ ନଗର ୨ୟ ଲାଇନ ସ୍ଥିତ ଶ୍ୟାମ ବାବା ମନ୍ଦିର ପ୍ରାଙ୍ଗଣରେ ଷ୍ଟେପ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଏବଂ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମୀଳନର ମିଳିତ ଆନୁକୂଲ୍ୟରେ କ୍ୟାନ୍ସର ଯୋଦ୍ଧା ମାନଙ୍କ ମନରେ ସାହସ ସଞ୍ଚୟ ହେତୁ “କ୍ୟାନ୍ସର ସର୍ଭାଇବର୍ ଡେ” ପାଳିତ ହୋଇଯାଇଛି । ଏହି ଅବସରରେ “ଜୀବନୋତ୍ସବ – ବଞ୍ଚିବାର ନୁଆଁ ଧାରା” ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଯାହା ଷ୍ଟେପ୍ ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରତିଷ୍ଠାତା ଡାକ୍ତର ସରୋଜ କୁମାର ଦାସ ଏବଂ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମୀଳନର ସଭାପତି ଶ୍ରୀମତୀ ସୀମା ଚୌଧରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ଯୋଦ୍ଧା ମାନଙ୍କ ଠାରୁ ସେମାନଙ୍କ ଜୀବନ କାହାଣୀ ଶୁଣିବା ସହ ଡକ୍ଟର ସରୋଜ ଦାସଙ୍କ ଠାରୁ ଚିକିତ୍ସା ପାଇ କିପରି କ୍ୟାନ୍ସର ଠାରୁ ବିଜୟ ହୋଇ ସୁସ୍ଥ ହୋଇଛନ୍ତି ତାହା ଜାଣିବାକୁ ମିଳିଥିଲା । ଏଥିରେ ଭୁବନେଶ୍ବରରୁ ଆସିଥିବା ଏ.ଡ଼ି.ଏସ୍ ଡାନ୍ସ ଗ୍ରୁପର ନୃତ୍ୟ ପ୍ରଦର୍ଶନ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପେ ପରିଚାଳନା କରିବାରେ ହୋଷ୍ଟ୍ ଭାବରେ ଆର୍.ଜେ କୋମଲ ଏବଂ ଅନ୍ତର୍ଯ୍ୟାମୀ ପାତ୍ର ସହଯୋଗ କରି ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ଏ.ଡ଼ି.ଏସ୍ ଡାନ୍ସ ଗ୍ରୁପର କଳାକାର ଓ ନିର୍ଦ୍ଦେଶକ ଶ୍ରୀ ଶଙ୍କର କୁମାର ରାଉଳଙ୍କ ସମେତ ସୃଜନୀର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀ, ପ୍ରାଚୀ ପରିଚିତା ଜେନା, ଓଡ଼ିଏନ ଗୁରୁକୂଳର ମମତା ପଣ୍ଡା, ମମତା ପାଢ଼ୀ ଏକ କବିତା ପରିବେଷଣ କରିଥିବା ବେଳେ ଉଭୟଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟେପ୍ ଫାଉଣ୍ଡେସନ୍ ଟ୍ରଷ୍ଟର ଧୀରେନ ପଣ୍ଡା ଓ ସୌମ୍ୟାଙ୍କ ସମେତ ବହୁ ଛାତ୍ରଗଣ, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମେଳନର ସମ୍ପାଦିକା ସୁମନ ସରାଫ, ସଦସ୍ୟା ରୁବୀ ଖେମାଣୀ, ପ୍ରଭା ସୁରେଖା, ରାଜେଶ ଚୌଧରୀ, ଶିବ ସରାଫ, ପପୁ ଖେମାଣୀ, ମନୋଜ ଖେମାଣୀଙ୍କ ସହ ଅନ୍ୟ ସଦସ୍ୟ ଗଣ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।