ଚିଲିକା। ୧୮/୦୯ ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବ୍ରାହ୍ମଣକୁଷଡିହ ଛକଠାରେ ଏକ ଯୁବତୀ ଅଚେତ ଅବସ୍ଥାରେ ଦୀର୍ଘ ସମୟ ଧରି ପଡିରହିଥିବାର ଜଣାପଡିଛି । ସେହି ରାସ୍ତାଦେଇ ଲୋକେ ଯାଉଥିବା ବେଳେ କେହି ହେଲେ ତା ପ୍ରତି ନଜର ନ ଦେବା ଅମାନବୀୟ ଘଟଣା ପରିଲକ୍ଷିତ ହୋଇଛି l
ସମାଜସେବୀ କାଳୁ ସୁନ୍ଦରାୟ ସେହି ରାସ୍ତା ଦେଇ ନିଜର ଫାର୍ମ ହାଉସ୍ କୁ ଯିବା ସମୟରେ ତାଙ୍କର ନଜର ପଡ଼ିବାରେ ସେ ନିକଟକୁ ଯାଇ ଦେଖିବା ପରେ ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିବା ଜାଣିବାକୁ ପାଇଲେ। ସଙ୍ଗେ ସଙ୍ଗେ ବାଲୁଗାଁ ପୋଲିସ୍ କୁ ଖବର ଦେବାରେ ବାଲୁଗାଁ ପୋଲିସ୍ ଆମ୍ବୁଲାନ୍ସ ଡାକି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଚିକିତ୍ସାର ବନ୍ଦୋବସ୍ତ କରୁଛି। ରାସ୍ତା ମଝି ଡିଭାଇଡର ରେ ସଂଜ୍ଞାହୀନ ଅବସ୍ଥାରେ ଯୁବତୀ ଜଣକ କେମିତି ଓ କେଉଁ କାରଣରୁ ପଡ଼ି ରହିଥିଲେ ତାହା ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି କରିଛି। ଉପଯୁକ୍ତ ତଦନ୍ତ ହେଲେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ l