ଅଧାରାସ୍ତାରେ ଅଟକିଲା ଟ୍ରେନ୍: ଟ୍ରାକରେ ଖସିଲା ପଥର ଓ ମାଟି ଅତଡ଼ା

ଟ୍ରାକରେ ପଡ଼ିଲା ପଥର, ଅଟକିଲା ଟ୍ରେନ୍ । କୋରାପୁଟ ଜିଲ୍ଲା ଜରଟି ଓ ମାନବର ନିକଟ ଟ୍ରାକରେ ପଥର ଖସି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରେ ପଥର ପଡ଼ିବାରୁ ଅଟକି ରହିଛି ଟ୍ରେନ୍ । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୮ଟି ଟ୍ରେନ ଚଳାଚଳକୁ ବାତିଲ କରିଛି ରେଳ କର୍ତ୍ତୃପକ୍ଷ । କୋରାପୁଟରୁ _ଜଗଦଳପୁର _କିରୁଣ୍ଡୁଲକୁ ଚଳାଚଳ କରୁଥୁବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ରେଳ ଧାରଣାରୁ ପଥର ହଟାଇଵାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳପଥ ଦୋହରି କରଣ କାମ ଚାଲୁ ରହିଥିବା ବେଳେ ପଥର ଖସିଥିବା ଜଣାପଡିଛି । ଏନେଇ ବିଶାଖାପାଟଣା ରେଳ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।