ପୁରୀ ଆସୁଥିବାବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ସକାଳେ ଗୋଟିଏ କାରରେ ପୁରା ପରିବାର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ପୁରୀ ଆସୁଥିଲେ । ଆସିବାବେଳେ କାରଟି ଭାରସ୍ୟାମ ହରାଇ ପୋଲ ତଳକୁ ଖସି ପଡ଼ିଥିଲେ । କାରଟି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଥିବା ପୋଲ ତଳକୁ ଖସିପଡ଼ି ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଆହତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। କାରରେ ଡ୍ରାଇଭର ସମେତ ୫ ଜଣ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ପୁରୀରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ଖୁସି ଆଉ ବେଶୀ ସମୟ ରହିନଥିଲା। କିଛି କ୍ଷଣ ମଧ୍ୟରେ ସବୁ କିଛି ଓଲଟାପାଲଟା ହୋଇଗଲା । କାରରେ ଯାତ୍ରାକରୁଥିବା ଯାତ୍ରୀମାନେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି ।