ଅବସର ପ୍ରାପ୍ତ ଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ !

ବେଗୁନିଆପଡା, (ଦେବାଶିଷ ମହାରଣା): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଭାଲିଆଝର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଭାଗିରଥି ବାରିକ ଙ୍କ 61ବର୍ଷ ବୟସରେ ପରଲୋକ ଘଟିଛି | ସ୍ବର୍ଗତ ବାରିକ ଦୀର୍ଘ ଦିନ ହେବ ସୁମଣ୍ଡଳ ସ୍ଥିତ ରବି୍ଘୋଷ ବିଦ୍ୟାପୀଠ ରେ ଶିକ୍ଷକତା କରି ଗତ ଚାରି ମାସ ତଳେ ଅବସର ଗ୍ରହଣ କରିଥିଲେ | ହେଲେ ଗତକାଲି ରାତିରେ କାସ ହେବା ସହ ଶରୀରରେ ଅସୁସ୍ଥତା ଅନୁଭବ କରିଥିଲେ | ଆଜି ସକାଳ ଆଠ ଟା ସମୟରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି | ସ୍ବର୍ଗତ ବାରିକ ଜଣେ ନିଷ୍ଠାପର, ଛାତ୍ର ବତ୍ସଳ, ମେଳାପୀ,ପରୋପକାରୀ ଶିକ୍ଷକ ଥିଲେ | ତାଙ୍କର ପରଲୋକ ଘଟିଥିବା ଖବର ପାଈ ଶିକ୍ଷକ ସମାଜ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି | ତାଙ୍କ ମୃତ୍ୟୁ ଖବର ପାଈ ସୁମଣ୍ଡଳ ପଞ୍ଚାୟତ ର ସରପଞ୍ଚ ଶିବଶଙ୍କର ବାରିକ ତାଙ୍କ ବାସଭବନ ରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଛନ୍ତି | ସ୍ବର୍ଗତ ବାରିକ ଙ୍କ ଗୋଟେ ପୁଅ ଏଵଂ ଦୁଇ ଝିଅ ଅଛନ୍ତି | ତାଙ୍କ ବିୟୋଗରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି |