• ଏହିଭଳି ହୃଦୟ ବିଦାରକ ଘଟଣା ଆଉ କାହା ସହ ନ ହେଉ ; ମେୟର ।
ବ୍ରହ୍ମପୁର, ୮/୬ (ଅଭିଜିତ କର): ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ରେଳ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ହରାଇଥିବା ବହୁ ଅମର ଆତ୍ମାର ସଦଗତି କାମନା ଉଦେଶ୍ୟରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ନେତୃତ୍ୱ ଓ କମିଶନର ଜେ ସୋନାଲଙ୍କ ଆହ୍ବାନ କ୍ରମେ ବୁଧବାର ମହାନଗର ନିଗମ କାର୍ଯ୍ୟଳୟ ପରିସରରେ ବହୁ ମାନ୍ୟଗଣ୍ୟ ଅତିଥି ମାନଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ଦ୍ଵାରା ଦୁଇ ମିନିଟ୍ ନିରବ ପ୍ରାର୍ଥନା ସହ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ପଦଯାତ୍ରା କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି । ଉକ୍ତ ମହାନ କାର୍ଯ୍ୟରେ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ଥିବାବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ମେୟର ଇ ବିବେକ ରେଡ୍ଡୀ, ଡେପୁଟି କମିଶନର ବିନୋଦ ବେହେରା, ଆଶୀର୍ବାଦ ପରିଡ଼ା, ଏନଫର୍ଷମେଣ୍ଟ ଅଧିକାରୀ ତରୁଣକାନ୍ତଙ୍କ ସମେତ ମହାନଗର ନିଗମର ପୂର୍ବତନ ଓ ବର୍ତ୍ତମାନର ବହୁ କର୍ପୋରେଟର ବୃନ୍ଦ ମାନେ ସାମିଲ ହୋଇ ଅମର ଆତ୍ମାର ସଦଗତି ହେଉ ବୋଲି ଜଗନ୍ନାଥଙ୍କ ପାଖରେ କାମନା କରିଥଲେ ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଯେଉଁ ହୃଦୟ ବିଦାରକ ଘଟଣା ଘଟିଯାଇଛି ସେନେଇ ସେ ଦୁଃଖ ପ୍ରକାଶ କରିଥିଲେ । ଏହାସହ ସେହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କ ଆରୋଗ୍ୟ କାମନା କରିଥିବା ସହ ମୃତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ତେଣୁ ସେମାନଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ମାନନୀୟ ମେୟର ଶ୍ରୀମତୀ ଦଳାଇ କହିଛନ୍ତି ଯେ, ସେହିଭଳି ଲୋମ ଟାଙ୍କୁରା ଘଟଣା ଆଉ କାହା ସହ କାହା ସାଥିରେ ନ ଘଟୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ଚରଣରେ କାମନା କରିବା ସହ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଅତିଥି ଓ ସହଯୋଗୀଙ୍କୁ ସାଧୁବାଦ ଜଣାଇଛନ୍ତି। ଶୋକସଭା ପରିଶେଷରେ ଏନଫର୍ସମେଣ୍ଟ ଅଧିକାରୀ ତରୁଣକାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।