ଆଜି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ୍

ଆଜି ପୁରୀ-ରାଉରକେଲାରେ ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଛି । ଆଜି ସକାଳ ୫ଟାରୁ ପୁରୀରୁ ବାହାରିଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହା ଦିନ ୧୨ଟା ୪୫ ମଧ୍ୟ୍ୟରେ ରାଉରକେଲାରେ ପହଞ୍ଚିବ । ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ ମିନିଟରେ ପୁରୀରେ ପହଞ୍ଚିବ ବୋଲି ସୂଚନା ମିଳିଛି । ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍‌ ଅବସରରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଢେଙ୍କାନାଳ, କେରଜାଙ୍ଗ, ସମ୍ବଲପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହିବ ।

ସୂଚନା ଅନୁସାରେ ,ବନ୍ଦେ ଭାରତ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ୍‌ରେ ସକାଳ ୬ଟାରେ ପହଞ୍ଚିଥିଲା । ଏହି ସେମି ହାଇସ୍ପିଡ୍ ଟ୍ରେନ୍‌ରେ ୮ଟି କୋଚ୍ ରହିଛି ବୋଲି ଜଣାପଡିଛି । ପୂର୍ବରୁ ଓଡ଼ିଶାରେ ମେ ୧୮ ତାରିଖରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ୍‌ରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ଆଉ ଆଜି ଏହାର ଦ୍ୱିତୀୟ ଟ୍ରାଏଲ ରନ୍ ।