ଆସିକା -ଗଞ୍ଜାମ ଅବକାରୀ ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ଆସିକା ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କ୍ରମେ ଆସିକା ରବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ ଚଢ଼ାଉ ବେଳେ ୩୨୦ ଲିଟର ଦେଶୀ ମଦ ସହ ୬୦୦୦ଲିଟର ଦେଶୀ ମଦ ପ୍ରସ୍ତୁତ ପୋଚ ଜବତ କରିବା ସହ ଠେଙ୍ଗାପଲ୍ଲୀ ଏରେଗୋଲା ବସାରୁ ଏ. ସନ୍ତୋଷୀ ଓ ଲଷ୍ମୀ ରାଓ , ଗଣ୍ଡପଲ୍ଲୀ ଏରେଗୋଲା ବସାରୁ ଡି.ସର୍ବଣୀ, ଜଗନ୍ନାଥ ପଲ୍ଲୀ ଏରେଗୋଲା ବସାରୁ ପି ସରୋଜିନୀ ୪ ଜଣ ମହିଳାଙ୍କୁ ଗିରଫ କରି ସେମାନଙ୍କ ନାମରେ ୧୫୪/୨୩,୧୫୫/୨୩,୧୪୬/୨୩,୧୫୭/୨୩ ପ୍ରକାରେ ମାମଲା ରୁଜୁ କରିଛି l ଏହି ଚଢ଼ାଉରେ ଆସିକା ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତି, ଅବକାରୀ ଏଏସଆଇ ବିଜୟ କୁମାର ମଲ୍ଲିକଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ l