ଆସିକା – ଆସିକା ଥାନା ଅନ୍ତର୍ଗତ କାଳିଞ୍ଜି ନୂଆପଲ୍ଲୀ ରେ ୨୦୨୦ ନଭେମ୍ବର ୨୬ ତାରିଖରେ ଘଟିଥିବା ଅଜିତ ଖଟେଇ ହତ୍ୟା ମାମଲାର ଜି ଆର କେସ ନମ୍ବର ୧୦୯୮/୨୦ ର ଆଜି ରାୟ ପ୍ରକାଶ ପାଇଛି। ଦୀର୍ଘ ଦିନର ଏହି ମାମଲା ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ବିଚାରଣା କରି ସମସ୍ତ ୫ଜଣ ଅଭିଯୁକ୍ତ ମଦନ ମୋହନ ପୋଲାଈ, ଚନ୍ଦନ ପୋଲାଈ, ସତ୍ୟନାରାୟଣ ପରିଡା, ସିମାଞ୍ଚଳ ପୋଲାଈ, ପ୍ୟାରୀ ମୋହନ ପରିଡା ଙ୍କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି ।ଜରିମାନା ଅନାଦେୟ ରେ ଚାରି ମାସ ର ସଶ୍ରମ କାରାଦଣ୍ଡ ର ଦଣ୍ଡ ମଧ୍ୟ ଶୁଣାଇଛନ୍ତି। ଅନ୍ୟ ନାବାଳକ ଅଭିଯୁକ୍ତ ଜଣକ ଜୁବିନାଲ କୋର୍ଟରେ ବିଚାରାଧୀନ ଅଛନ୍ତିl
ପ୍ରକାଶ ଥାଉକି ୨୦୨୦ ନଭେମ୍ବର ୨୬ ତାରିଖରେ ପୋଲସରା ଖଣ୍ଡିଆସାହିର ମା ବାଙ୍ଗାଲି ଖଟେଇ ଓ ପିତା କବି ଖଟେଇ ଙ୍କ ପୁଅ ମୃତ ଅଜିତ ଖଟେଇ ଓ ତାଙ୍କ ସାଙ୍ଗ ବାଦଲ ପାତ୍ର ମିଶି ତାଙ୍କ ହୁଣ୍ଡାଇ କାର ନମ୍ବର ଓଡି ୦୭ ୱାଇ ୬୨୬୭ଯୋଗେ ପାଇଲିପଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆସିକା ଥାନା ଦେବଭୂମି ପଞ୍ଚାୟତ କାଳିଞ୍ଜି ନୂଆପଲ୍ଲୀ ଛକ ଠାରେ ଆସିକା ପକାଲାପଲ୍ଲୀ ଗ୍ରାମର ମଦନ ମୋହନ ପୋଲାଈ ଏକ ଓ ଆର ୦୫ଏ ୯୭୪୦ ନମ୍ବର ବିଶିଷ୍ଟ ମୋଟର ସାଇକେଲ ରେ ରାସ୍ତାର ବାମ ପଟରୁ ଡାହାଣ ପଟ ଚାଲିଯାଇଥିଲେ l ଯାହାଫଳଇ ମୋଟର ସାଇକେଲ ଟିକୁ ପଛରୁ ଆସୁଥିଵା କାର ଟୀ ହଠାତ ବ୍ରେକ ମାରିଥିଲା ଓ ନିଶ୍ଚିତ ଦୁର୍ଘଟଣା ରୁ ବର୍ତ୍ତି ଥିଲା l ଏହା ପରେ ଉଭୟ କାର ଚାଳକ ବାଦଲ ପାତ୍ର ଓ ମୃତ ଅଜିତ ଖଟେଇ ମୋଟର ସାଇକେଲ ଆରୋହୀ ମଦନ ମୋହନ ପୋଲାଈ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଥିଲା ପର ମୁହୁର୍ତରେ ଏହା ଉଗ୍ର ରୂପ ନେଇଥିଲା l
ମଦନ ମୋହନ ପୋଲାଈ ତାଙ୍କ ପୁଅ ଚନ୍ଦନ ପୋଲାଈ, ପ୍ୟାରୀ ମୋହନ ପରିଡା, ସିମାଞ୍ଚଳ ପୋଲାଈ, ସତ୍ୟନାରାୟଣ ପରିଡା ଓ ଅନ୍ୟ ନାବାଳକ ଯେକି ବର୍ତ୍ତମାନ ଜୁବିନାଲ କୋର୍ଟରେ ବିଚରାଧୀନ ଅଛି ଏ ସମସ୍ତ ଙ୍କୁ ଡାକି ଥିଲେ ସମସ୍ତେ ମିଶି ଉକ୍ତ କାର ଚାଳକ ଦୁଇ ଜଣକୁ ଜୀବନରୁ ମାରିଦେବା ଉଦେଶ୍ୟରେ ଏକ କାଠ ଫଳିଆରେ ଗୋଡ଼ାଇ ଗୋଡ଼ାଇ ମାରି ବିଲ ମଧ୍ୟରେ ପକାଇ ଦେଇଥିଲେ l ଘଟଣାର ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଅଜିତ ଓ ବାଦଲ କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇଥିଲା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇଦିଆଯାଇଥିଲା ଓ ପରବର୍ତ୍ତୀ ସମୟରେ ଅଜିତ୍ ର ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର ପଠା ଯାଇଥିଲା l ପରବର୍ତୀ ସମୟରେ ଅଜିତ ଖଟେଇ ଙ୍କ ମୃତ୍ଯୁ ହୋଇଥିଲା l
ଘଟଣା ସମ୍ପର୍କରେ ଆସିକା ଥାନାରେ ମୃତ ଅଜିତ ର ମା ବଙ୍ଗାଲି ଖଟେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୋଲିସ କେସ ନମ୍ବର ୬୧୮/୨୦ ଧାରା ୩୪୧,୨୯୪,୩୨୩,୩୦୭,୩୦୨,୩୪ ଆଇ ପି ଏସ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ମାନଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା ।ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସମେତ ସମସ୍ତ ସାକ୍ଷ ପ୍ରମାଣ ଆଧାର ରେ ଆଜି ଆସିକା ଏ ଡି ଜେ ପ୍ରବୀର କୁମାର ଚୌଧୁରୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାର ଙ୍କ ପକ୍ଷ ରୁ ଏ ପି ପି ସୁଧାଂଶୁ କୁମାର ପଣ୍ଡା ଓ ଜି ସୂର୍ଯ୍ୟ ପ୍ରକାଶ ରାଓ ମାମଲା ପରିଚାଳନା କରୁଥିଲେ।