ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ ବାର୍ଷିକ ଫିଜ଼ ବୃଦ୍ଧିକୁ ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ

ଆସିକା – ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ ବାର୍ଷିକ ଫିଜ଼ ବୃଦ୍ଧିକୁ ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ l ଚଳିତ ବର୍ଷ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ମୋଟ ୨୪୨୫ ଛାତ୍ର ଛାତ୍ରୀଙ୍କ ଉପରେ ଅହେତୁକ କଲେଜ ଫିଜ ବୃଦ୍ଧି ପ୍ରତିବାଦରେ ଆଜି ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ସରିବା ପରେ ଅପରାହ୍ନ ୩ ଘଣ୍ଟ ବେଳେ ପ୍ରବଳ ବର୍ଷା ହେବା ସତ୍ୱେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ସମସ୍ତ ଛାତ୍ର ଛାତ୍ରୀ ଆନ୍ଦୋଳନକୁ ଓଲ୍ହାଇ ଥିଲେ l ଗତ ବର୍ଷ ଅପେକ୍ଷା ଏହି ବର୍ଷ କଳାଓ ବାଣିଜ୍ୟ ଛାତ୍ର ଛାତ୍ରୀ ଙ୍କ ବାର୍ଷିକ ଫିଜ ୬୬୪୫ଟଙ୍କା ,ପଦାର୍ଥ ବିଜ୍ଞାନ ଛାତ୍ର ଛାତ୍ରୀ ଙ୍କ ବାର୍ଷିକ ଫିଜ ୬୯୦୮ଟଙ୍କା, ଉଦ୍ଭିଦ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ବାର୍ଷିକ ଫିଜ ୬୯୨୮ ଟଙ୍କା ଗତ ବର୍ଷ ଅପେକ୍ଷା ଏହା ବର୍ଷ ଜଣ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇଛିl

ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ କଲେଜ ଅଧକ୍ଷ, ଉଚ୍ଚ ଶିକ୍ଷା ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କତୃପକ୍ଷ ଙ୍କୁ ଦାବି ଜଣାଇ ଦୀର୍ଘ ଦିନ ଆନ୍ଦୋଳନ କରିଥିଲେ l ଛାତ୍ର ଛାତ୍ରୀଙ୍କ ଏହି ନ୍ୟାର୍ଯ୍ୟ ଦାବି ଆଗରେ କଲେଜ କତୃପକ୍ଷ ପରିଚାଳନା କମିଟି ନାମକୁ ମାତ୍ର ୨୬୦୦ ଟଙ୍କା ଫିଜ ରୁ ୬୦୦ ଟଙ୍କା ହ୍ରାସ କରିଥିଲେ l ଏହା ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ଆଗରେ କଟା ଘାରେ ଚୂନ ଦେବା ସଦୃଶ ହୋଇଥିଲା l ଅଚାନକ ପୁଣି ଏହି ଫିଜ କଲେଜ ରେ ଦାଖଲ କରିବା ପାଇଁ ଗତ ତିନି ଦିନ ତଳେ ନୋଟିସ ଟାଙ୍ଗୀ ଦିଆଯାଇଥିଲା l ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚାଲିଥିବା ଯୋଗୁଁ ସେମାନେ କୌଣସି ଆନ୍ଦୋଳନ କରିପରି ନଥିଲେ l ଆଜି ପ୍ରଥମ ବର୍ଷ ର ଦ୍ଵିତୀୟ ସେମିଷ୍ଟାର ସରିବା ପରେ ଅଧକ୍ଷଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରି ଦୀର୍ଘ ପାଞ୍ଚ ଘଣ୍ଟ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ l ମୁଖ୍ୟ ଫାଟକ ସମ୍ମୁଖ ରେ ଛାତ୍ର ଛାତ୍ରୀ ଦୀର୍ଘ ସମୟ ଧରି ଧାରଣା ଦେଇ ଥିବା ଯୋଗୁଁ କଲେଜ ଅଧକ୍ଷ, ଅଧ୍ୟାପକଓ କଲେଜ ର ସମସ୍ତ କର୍ମଚାରୀ ଦୀର୍ଘ ସମୟ ଧରି ଅଟକ ରହିଥିଲେ lକତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ କୌଣସି ସୁଫଳ ମିଳିନଥିଲା l ପ୍ରଶାସନ ହସ୍ତକ୍ଷେପ ପରେ କଲେଜ ର ଅଧକ୍ଷ, ଅଧ୍ୟାପକ ସମସ୍ତ କର୍ମଚାରୀ ମୁକୁଳି ଥିଲେ l କଲେଜ ପରିସରରେ ଚାପା ଉତେଜନା ଲାଗିରହିଛି l

ରିପୋର୍ଟ – ଜଗନ୍ନାଥ ସାହୁ