ଆସିକା ବିଧାୟିକାଙ୍କ ଦ୍ୱାରା ୧୦ କୋଟି ୫୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ

ଆସିକା 12/09- ଆସିକା ବିଧାୟିକାଙ୍କ ଦ୍ୱାରା ୧୦କୋଟି ୫୦ ଲକ୍ଷ ଟଙ୍କା ର ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଆସିକା ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ, ବ୍ଲକ ଉପାଧକ୍ଷା ରେଶମା ଦୋରା,ଆସିକା ବିଜ୍ଞାପିତ ଅଞ୍ଚଳ ଉପାଧକ୍ଷା,ଜିଲ୍ଲା ପରିଷଦ ବି ମନୋଜ କୁମାର ଦୋରା, ସାଇରାଜା ଦଳାଇ,ତନ୍ମୟୀ ନାହାକ,ଗଞ୍ଜାମ ଜୋନ ବିଜୁ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ,ବ୍ଲକ ଅଧକ୍ଷ ପ୍ରତିନିଧି ସନ୍ୟାସୀ ନାହାକ,ବରିଷ୍ଠ ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ, ବିଜେଡି ନେତ୍ରୀ ରଶ୍ମିତା ସେନାପତି,ତାରିଣୀ ସେନାପତି,ଅଭିମନ୍ୟୁ ନାହାକ ବ୍ଲକ ସଭାପତି ରାଜେଶ ପଟନାୟକପ୍ରମୁଖ ଉପସ୍ଥିତ ରହିଥିଲେ l

ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ତଥା ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ତିନିଦିନିଆ ଗଞ୍ଜାମ ଗ୍ରସ୍ଥ ରେ ଆସି ଗତ ଅଗଷ୍ଟ ୨୬ ତାରିଖ ଦିନ ଆସିକା କଲେଜ ପଡିଆ ରେ ହଜାର ହଜାର ଲୋକଙ୍କ ଠାରୁ ଅନେକ ଅଭିଯୋଗ ଗ୍ରହଣ କରିଥିଲେ l ସେଥିମଧ୍ୟରୁ ସେ କହିଥିଲେ ମଠ, ମନ୍ଦିର, ମସଜିଦ, ଚର୍ଚ୍ଚ, ଗୋଷ୍ଠି କେନ୍ଦ୍ର,କଲ୍ୟାଣ ମଣ୍ଡପ, ସମାଜ କୋଠ ଘର,ନିର୍ମାଣ ସକାଶେ ଆସନ୍ତା ସାତ ଦିନ ମଧ୍ୟରେ ନିଶ୍ଚୟ ଭାବେ ସୁ ସମ୍ବାଦ ପାଇବେ ବୋଲି ଜନ ଅଭିଯୋଗ ସଭା ରେ କହିଥିଲେ l ସେହି କ୍ରମ ରେ ଆସିକା ବ୍ଲକ ର ୨୭ ପଂଚାୟତ ଏବଂ ଆସିକା ଏନ ଏ ସି ର ୧୮ ଗୋଟି ୱାର୍ଡ ରୁ ଗ୍ରହଣ କରିଥିବା ବିଭିନ୍ନ ଅଭିଯୋଗ କୁ ଭିତ୍ତି କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସକାଶେ ପ୍ରଦାନ କରିଥିବା ୪ କୋଟି ୫୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବିଧାୟିକା ମଞ୍ଜୁଳା ସ୍ୱାଇଁ ବଣ୍ଟନ କରିଥିଲେ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟ, ନିରଞ୍ଜନ ମହିଳା ମହାବିଦ୍ୟାଳୟ, ମେକମାଇକେଲ ସଂସ୍କୃତ କଲେଜ, କେନ୍ଦୁପଦର କଲେଜ କୁ ଆସିଥିବା ପ୍ରାୟ 6କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ ସକାଶେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା l ଏହି ସଭାରେ ଆସିକା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ l