ଆସିକା – ଆସିକା ବ୍ଲକ ନିକଟରେ ଥିବା ପୁରାତନ ସିଡିପିଓ କାର୍ଯ୍ୟାଳୟ ରେ ନିର୍ମିତ ହୋଇଥିବା ମିଶନ ଶକ୍ତି କାଫେକୁ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଛନ୍ତି l ଏହିଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଭି.କୀର୍ତିଭାସନ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ,ଆସିକା ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ,ସରପଞ୍ଚ ଜୟନ୍ତୀ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା,ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା,ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା, ଓଡିଶା ଜୀବିକା ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନବୀନ ସେନାପତି,ଜିଲ୍ଲାପରିଷଦ ସଦସ୍ୟା ଅନିମା ପରିଡା,ଆସିକା ସିଡିପିଓ ଭାଗ୍ୟଲତା ପାତ୍ର,ପ୍ରମୁଖ ଉପସ୍ଥିତ ରହିଥିଲେ l
ଆସିକା ବ୍ଲକ ସ୍ତରୀୟ ମହାସଂଘ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି l ମହିଳା ମହାସଂଘ ର ସଭାନେତ୍ରୀ ପୂର୍ଣ୍ଣିମା ସ୍ୱାଇଁ ଏବଂ ସମ୍ପାଦିକା ଧନିରାଣୀ ସ୍ୱାଇଁ ଙ୍କ ସମେତ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏହି ମିଶନ ଶକ୍ତି କାଫେ ଦାୟିତ୍ୱ ରେ ରହିବେl ପ୍ରଥମ ପର୍ଯ୍ୟାୟରେ ଏହି କାଫେ ରେ ଚା, କଫି, ବିସ୍କୁଟ, ପିଜା, ବରଗର,ଆଦି ବିକ୍ରୟ କରାଯିବ l ପରବର୍ତୀ ସମୟରେ ଜଳଖିଆ ଓ ଭୋଜନ ତିଆରି କରି ଯୋଗାଇ ଦିଆଯିବ ବୋଲି ମହିଳା ମହାସଂଘ ର ସଭାନେତ୍ରୀ ପୂର୍ଣ୍ଣିମା ସ୍ୱାଇଁ ପ୍ରକାଶ କରିଛନ୍ତି l ଏହି କାଫେରେ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ପୁର୍ଣିମା ସ୍ୱାଇଁ କହିଛନ୍ତି lରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶିଳ କରିବା ସକାଶେ ଏଭଳି ଅନେକ କାର୍ଯ୍ୟ ରେ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସୁଯୋଗ ଦେଉଛନ୍ତି l