ଆସିକା ବ୍ଲକ ଠାରେ ଅଧକ୍ଷାଙ୍କ ଦ୍ୱାରା ୪୯୮ ଜଣକୁ ଭତ୍ତା ବଣ୍ଟନ

ଆସିକା 14/09- ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶସ୍ତ୍ରୀକରଣ ବିଭାଗ ନିର୍ଦେଶ କ୍ରମେ ଆସିକା ବ୍ଲକ ପରିସରରେ ଆସିକା ବ୍ଲକ ଅଧକ୍ଷା ତ୍ରିବଣୀ ନାହାକଙ୍କ ଙ୍କ ଅଧକ୍ଷତାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ଲକ ଉପାଧକ୍ଷା ରେଶମା ଦୋରା, ଜିଲ୍ଲା ପରିଷଦ ତନ୍ମୟୀ ନାହାକ, ବି. ମନୋଜ କୁମାର ଦୋରା,ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ ଅଧକ୍ଷ ପ୍ରତିନିଧି ସନ୍ୟାସୀ ନାହାକ, ଭେଟନେଇ ସରପଞ୍ଚ ପ୍ରତିନିଧି ଟୁଲୁ ଜେନା, ଜିଲ୍ଲା ପରିଷଦ ପ୍ରତିନିଧି ବିଜୟ କୁମାର ନାହାକ ଉପସ୍ଥିତ ରହିଥିଲେ l

ଏହି ସଭାରେ ଆସିକା ବ୍ଲକ ଆଲିପୁର ପଞ୍ଚାୟତରେ ୨୫ ଜଣ , ବାବନପୁର ପଞ୍ଚାୟତରେ ୩ଜଣ ,ବଡଖୋଲି ପଞ୍ଚାୟତରେ ୧୮ଜଣ,ବାଲିଛାଇ ପଞ୍ଚାୟତରେ ୨୫ ଜଣ, ବାଲିଶିରା ପଞ୍ଚାୟତରେ ୫ ଜଣ, ବାଙ୍ଗରଡ଼ା ପଞ୍ଚାୟତରେ୧୯ ଜଣ, ଭେଟନଇ ପଞ୍ଚାୟତରେ ୯ ଜଣ,ବରଗାଁ ପଞ୍ଚାୟତରେ ୭ ଜଣ,ଚଢ଼େୟାପଲ୍ଲୀ ପଞ୍ଚାୟତରେ ୧୧ଜଣ, ଦେବଭୂମି ପଞ୍ଚାୟତରେ ୩୧ଜଣ, ଗହଙ୍ଗୁ ପଞ୍ଚାୟତରେ ୨୬ଜଣ, ଗାଙ୍ଗପୁର ପଞ୍ଚାୟତରେ ୧୪ ଜଣ, ଗୁଣ୍ଠପଡା ପଞ୍ଚାୟତରେ ୪୪ ଜଣ, ହରିଡ଼ାପଦର ପଞ୍ଚାୟତରେ ୩୮ଜଣ, ଜୟପୁର ପଞ୍ଚାୟତରେ ୪୫ଜଣ,କାଳଷଣ୍ଢପୁର ପଞ୍ଚାୟତରେ ୫୧ଜଣ, କେନ୍ଦୁପଦର ପଞ୍ଚାୟତରେ ୩ଜଣ, ଖଣ୍ଡଦେଉଳି ପଞ୍ଚାୟତରେ ୨୫ଜଣ,ଖାରିଆ ପଞ୍ଚାୟତରେ ୨୫ଜଣ, ମଙ୍ଗଳପୁର ପଞ୍ଚାୟତରେ ୨୧ଜଣ,ମୁନିଗାଡ଼ି ପଞ୍ଚାୟତରେ ୮ଜଣ,ନଳବଣ୍ଟା ପଞ୍ଚାୟତରେ ୪ଜଣ, ନିମିନା ପଞ୍ଚାୟତରେ ୧୬ଜଣ,ପାଣ୍ଡିଆପଥର ପଞ୍ଚାୟତରେ ୪ଜଣ,ସିଦ୍ଧନଇ ପଞ୍ଚାୟତରେ ୨୧ଜଣଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଛି l ଏଥି ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩୬୫ ଜଣଙ୍କୁ, ବିଧବା ଭତ୍ତା ବାବଦକୁ ୧୧୫ ଜଣକୁ, ଭିନ୍ନକ୍ଷମ ଭତ୍ତା ବାବଦକୁ ୧୪ ଜଣକୁ, ଅବିବାହିତ ଭତ୍ତା ବାବଦକୁ ୧ଜଣକୁ, ଛାଡ଼ପତ୍ର ଭତ୍ତା ବାବଦକୁ ୧ଜଣକୁ ପ୍ରଦାନ କରାଯାଇଛି l ଏହି ସଭାରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ l