ଇଞ୍ଜିନିୟର୍ସ ମାନଙ୍କ ୫୬ତମ ଇଞ୍ଜିନିୟର୍ସ ଦିବସ ପାଳିତ ।

ବ୍ରହ୍ମପୁର, ୧୫/୯ (ଅଭିଜିତ କର): ସ୍ଥାନୀୟ ହିଲପାଟଣା ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶୁକ୍ରବାର ଆମେ ଇଞ୍ଜିନିୟର୍ସଙ୍କ ଦ୍ୱାରା ଭାରତରତ୍ନ ଇଂ.ଏମ୍ ବିଶ୍ୱେଶ୍ୱରୟଙ୍କ ୧୬୩ତମ ଜୟନ୍ତୀ ତଥା ଇଞ୍ଜିନିୟର୍ସ ଦିବସ ଉତ୍ସବ ଅବସରରେ ୫୬ତମ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି । ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଆବାହକ ଡ଼ ଅରୁଣ କୁମାର ପାଢୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଟିପିଆଇ ଓଡ଼ିଶା ଅଧ୍ୟକ୍ଷ ତଥା ନୂଆ ଦିଲ୍ଲୀ ଉପ ସଭାପତି ଡ଼. ଇ. ଲିଙ୍ଗରାଜ ପ୍ରାସାଦ ପଟ୍ଟନାୟକ ଯୋଗଦେଇ ଥିବାବେଳେ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ, ସଭାପତି ରତିକାନ୍ତ ସାବତ, ଇ.ଆଶୁତୋଷ ପାତ୍ର, ଡ଼ ପ୍ରବୀର କୁମାର ଦାସ, ଇ.ଅସୀମ କୁମାର ମହାପାତ୍ର, ଅଶେଷ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ ।

ଏନେଇ “ଇଞ୍ଜିନିୟରିଂ ଇନୋଭେଶନ ଫର୍ ଏ ମୋର ରେସିଲିଏଣ୍ଟ୍ ୱାର୍ଲ୍ଡ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଜାତୀୟ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ବେଳେ, କନଭେନର ଡ.ଅରୁଣ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ସଭାପତି ରତିକାନ୍ତ ସାବତଙ୍କ ସ୍ୱାଗତ ସମ୍ବୋଧନ କରି ଆଲୋଚନା ଚକ୍ରକୁ ଆଗକୁ ପରିଚାଳିତ କରିଥିଲେ । ସଭାକାର୍ଯ୍ୟ ଶେଷରେ ବନ୍ଦେ ମାତାରମ୍ ସଙ୍ଗୀତ ପରିବେଷଣ କରି ସଭା ସାଙ୍ଗ କରାଯାଇଥିଲା । ଡିପାର୍ଟମେଣ୍ଟ୍ ମେକାନିକାଲ୍ ଡ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଷୁଦ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଞ୍ଜୀବ କୁମାର ଦାସ ଶର୍ମା, ଅକ୍ଷୟ କୁମାର ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପି.ଭେଙ୍କେଟେଶ, ରମାକାନ୍ତ ଦାସ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।