ଉନ୍ନତ ଜ୍ଞାନ କୌଶଳ ପଦ୍ଧତିରେ ଆଖୁ ଚାଷ ଉପରେ ତାଲିମ

ଆସିକା,୧୩/୦୯: ରାଜ୍ୟ ସରକାରଙ୍କ କୃଷି କୃଷକ ସଶସ୍ତି କରଣ ବିଭାଗ ପକ୍ଷରୁ ଆସିକା କୃଷି ଜିଲ୍ଲାର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଉନ୍ନତ ଜ୍ଞାନ କୌଶଳ ପଦ୍ଧତିରେ ଆଖୁ ଚାଷ ଉପରେ ତାଲିମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଆସିକା କୃଷି ଜିଲ୍ଲା ଅଧିକାରୀ, ପ୍ରଦୀପ କୁମାର ଦାସ, ଆସିକା ଚିନିଶିଳ୍ପର ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢ଼ୀ, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l

ଆଖୁ ଚାଷୀ ମାନଙ୍କୁ ଚଳିତ ବର୍ଷ 2 କୋଟି 65 ଲକ୍ଷ ରାଜ୍ୟସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି l ଅତି ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ନୂତନ ଆଖୁ ଚାଷ ଉପରେ ଦକ୍ଷତା ବୃଦ୍ଧି, ମୂଳି ଆଖୁ ଚାଷ ପ୍ରଣାଳୀ, ଆଖୁ ମଞ୍ଜି ବାଡ଼ ପ୍ରସ୍ତୁତ ଉପରେ ବହୁ ଟେକନିକ ମାଧ୍ୟମରେ ଚାଷ କଲେ ଚାଷୀ ଲାଭବାନ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଏଥିରେ 70 ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ l ଆଗାମୀ ଆଖୁ ଚାଷ ବର୍ଷରେ ଚାଷୀ ପାଇଁ 05 କୋଟି 07 ଲକ୍ଷ ଟଙ୍କା ସଅଳ ଆଖୁ ଚାଷ ନିମନ୍ତେ ପ୍ରୋତ୍ସାହନ ଦିଆଯିବ ବୋଲି ଚିନିଶୀଳ୍ପ କତୃପକ୍ଷ ସୂଚନା ଦେଇଛନ୍ତି l