ଏଇ ବୋଧେ ପ୍ରେମ ; ଏପଟେ ଝିଅର ପ୍ରେମ ବିବାହ, ଆଉ ସେପଟେ ବାପଘର ଲୋକଙ୍କ ଶୁଦ୍ଧିକ୍ରିୟା, କାହା ନିଷ୍ପତି ଠିକ୍ ବାପଘର ନା ଶାଶୁଘର ?

ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା । ଝିଅର ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ବାପଘର ଲୋକ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋୖଡ଼ପାଟଣା ମୋୖଜାର ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ପରିବାର । ପରିବାରର ବିରୋଧ ସତ୍ତ୍ବେ ଉଭୟ ଗତକାଲି ମନ୍ଦିରରେ ବିବାହ କରିଥିଲେ ।

ବିବାହ ଉତ୍ସବରେ ଯୁବକଙ୍କ ପରିବାର ସାମିଲ ହୋଇ ଧୂମଧାମରେ ବାଜା ବଜାଇବା ସହ ବାଣ ଫୁଟାଇଥିଲେ । କିନ୍ତୁ ବାହାଘରକୁ ବିରୋଧ କରିଛନ୍ତି ଝିଅର ପରିବାର । ଏପରିକି ଝିଅ ଦୀପାଞ୍ଜଳିକୁ ଶୁଦ୍ଧି ହୋଇଛନ୍ତି । ବଜାର ଉପରେ ଝିଅର ଫଟୋ ଲଗାଥ ଫୁଲମାଳ ପକାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗୋଟିଏ ପଟେ ପୁଅ ଘରେ ଭୋଜି ଭାତ ଚାଲିଥିବାବେଳେ ୨୦୦ ମିଟର ଦୂର ଝିଅ ଘରେ ଶୁଦ୍ଧିକ୍ରିୟା କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ସାଉଁଟିଛି । ତେବେ ଝିଅକୁ ଜନ୍ମ ଦେଇ ଛୋଟରୁ ବଡ କରି ମଣିଷ କରିଥିବା ବାପା ମା ନେଇଥିବା ନିଷ୍ପତ୍ତି ଭୁଲ୍ । ନା ଏପଟେ ପିଲାଙ୍କ ଖୁସି ପାଇଁ ପୁଅର ବାପା ମା ନେଇଥିବା ନିଷ୍ପତ୍ତି ଭୁଲ୍ । ଆପଣ ହିଁ ଦର୍ଶକବନ୍ଧୁ ବିଚାର କରନ୍ତୁ ଏ ଘଟଣାରେ କିଏ ଠିକ୍ କିଏ ଭୁଲ୍ ।