ଆଜି ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏସିରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି | ସୂଚନା ଅନୁସାରେ-ଆଜି ସକାଳେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ମହଲା ଥିବା ମେଡିସିନ ୱାର୍ଡର ଷ୍ଟାଫ୍ ବସୁଥିବା ଏକ ରୁମ୍ର ଏସିରୁ ନିଆଁ ବାହାରିଥିଲା। ଏହାପରେ ମେଡିକାଲ ଧୂଆଁମୟ ହୋଇଯାଇଥିଲା। ରୋଗୀ ଓ ସେମାନଙ୍କ ସହ ଥିବା ସମ୍ପର୍କୀୟ ବାହାରକୁ ପଳାଇ ଆସିଥିଲେ। ଧୂଆଁ ଯୋଗୁ କୌଣସି ରୋଗୀଙ୍କର କିଛି ହୋଇ ନାହିଁ। ଅଗ୍ନିଶମ ବାହିନୀ ଓ ମେଡିକାଲ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ACରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।