ଆଜି ଠାରୁ ପ୍ରବଳ ବର୍ଷିବ । ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ଫ୍ଳାସଫ୍ଳଡ ନେଇ ସତର୍କତା ଜାରି ହୋଇଥିବା ବେଲେ ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିଵ । ଦୃଶ୍ୟମାନ କ୍ଷମତା କମିବ । ସକ୍ରିୟ ହୋଇଛି ଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଛି । ପୂର୍ବାନୁମାନ ଅନୁଯାୟୀ ଓଡ଼ିଶା ଏବଂ ଛତିଶଗଡ ମଧ୍ୟ ଦେଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଗତ 24 ଘଣ୍ଟାରେ ବଲାଙ୍ଗୀରରେ 215 ମିଲି ମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଜଗତ୍ସିଂହପୁରରେ 177.2, କେନ୍ଦ୍ରାପଡାରେ 132.4 ଏବଂ ଭୁବନେଶ୍ୱରରେ ସକାଳ 8.30 ସୁଦ୍ଧା 55 ମିଲି ମିଟର ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି । ସମସ୍ତ ସରକାରୀରୁ ନେଇ ବେସରକାରୀ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।
ରେଡ଼ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକରେ ହିଁ ବର୍ଷା ଲାଗି ରହିଛି । ଆଜି ମଧ୍ୟ କିଛି ଅଞ୍ଚଳରେ ବର୍ଷାର ପରିମାଣ 20 ସେମିରୁ ଅଧିକ ରହିପାରେ । ଆଜି ପ୍ରବଳ ବର୍ଷା ରହିବ, ଆସନ୍ତାକାଲି ବର୍ଷାର ପରିମାଣ ଧିରେ ଧୀରେ କମିବ । ଆଜି ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । କାଲି ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବ । ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା । ମାଟିଘର କାନ୍ଥ ଭୁସୁଡିବା ସମ୍ଭାବନା, କଚ୍ଚା ରାସ୍ତା ପ୍ରଭାବିତ ହେବ । ଧାନ ବିଲରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦିଆଯାଇଛି । ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ ପରାମର୍ଶ । ଆଜି ଅପରାହ୍ନରୁ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା କମିବ । 16 ତାରିଖରୁ ସାରା ଓଡ଼ିଶାରେ ବର୍ଷାର ପରିମାଣ କମିବ । ଏହା ପରେ 19 ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ ।