ଓଡିଶା ପତ୍ରକାର ସଙ୍ଘର 14ତ୍ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବାଲୁଗାଁ,15/09:ନୂତନ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା, ବାଣପୁର, ବାଲୁଗାଁ, ନାଚୁଣୀ, ଟାଙ୍ଗୀ ଓ ଜଟଣୀ ରୁ ସାମ୍ବାଦିକ ମାନେ ଓଡିଶା ପତ୍ରକାର ସଙ୍ଘ ରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ l ଓଡିଶା ପତ୍ରକାର ସଙ୍ଘ ର 14ତ୍ତମ ପ୍ରତିଷ୍ଠା ଉତ୍ସବ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ପତ୍ରକାର ସଙ୍ଘର ସଭାପତି ଅବିନାଶ ମିଶ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ଅରବିନ୍ଦ ଢ଼ାଲି, ଉଦଘାଟକ ଭାବେ ଯୋଜନା ବୋର୍ଡର ସଭ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ପlଟ୍ଟସାଣି,ମୁଖ୍ୟ ସଂଗଠକ ସୁରେନ୍ଦ୍ର ସାହୁ,ସଂମ୍ମାନିତ ଅତିଥି ଭାବେ ପ୍ରଦୋଷ ପଟ୍ଟନାୟକ,ନିରଞ୍ଜନ ସାହୁ ଯୋଗ ଦେଇଥିଲେ l ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରି ମଞ୍ଚାସୀନ ହୋଇଥିଲେ l ପରେ ସଙ୍ଘ ତରଫରୁ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂମ୍ମାନିତ ହୋଇଥିଲେ l

ବିଶିଷ୍ଠ ସମାଜସେବୀ ସୁକାନ୍ତ କୁମାର ବିଶ୍ୱାଳ ସମ୍ବର୍ଦ୍ଧିତ ହୋଇଥିଲେ l ସମ୍ମାନିତ ଅତିଥି ମାନଙ୍କ ଦ୍ୱlରା ଚିଲିକା ପ୍ରେସ୍ ୟୁନିଅନର ସମସ୍ତ ସଭ୍ୟ ଅଶୋକ କୁମାର ପାଇକରାୟ, ବିରେନ ସାହୁ,ଭାଗିରଥି ଛୋଟରାୟ, ଗୋବିନ୍ଦ ଚନ୍ଦ୍ର ଜାଲି, କମଲ ଜାଲି, ବିଭୂ୍ଧେନ୍ଦୁ ରାଉତ, ଅଶୋକ କୁମାର ବେହେରା, ବିରଞ୍ଚି ନାରାୟଣ ସାହୁ, ବି ଦିଗମ୍ବର ବିଶ୍ୱାଳ, ଶେଖ ସୌକତ,ଦୀପକ ଦାସ, ଶରତ ଚନ୍ଦ୍ର ବରାଳ, ରଞ୍ଜିତ ଶୁଭୁଦ୍ଧି,ଶିଶିର କାନ୍ତ କଳସ ବିବେକାନନ୍ଦ ପଣ୍ଡା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା l ସଂଘ ର ସଭାପତି ବକ୍ତବ୍ୟ ରଖିଥିଲେ ଯେ ଓଡିଶାରେ ସାମ୍ବାଦିକ ମାନଙ୍କ କଣ୍ଠ ରୋଧ କରାଯାଇ ରାଜ୍ୟ ର ବିକାଶ କୁ ବିନାଶ କରାଯାଉଛି l