ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

କଟକ ଶିଖରପୁର ଜାତୀୟ ରାଜପଥରେ ଓଲଟିଛି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ସୂଚନା ଅନୁସାରେ, ଆଜି ସକାଳ ସମୟରେ ଖୋର୍ଦ୍ଧା ଜଟଣୀରୁ କେନ୍ଦ୍ରାପଡା ଯାଉଥିଲା ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ। ଏହି ଟ୍ରକରେ ଥିଲା ପ୍ରାୟ ଦୁଇ ଶହରୁ ଅଧିକ ଗ୍ୟାସ ସିଲିଣ୍ଡର । ଏହି ଘଟଣାଟି  ଶିଖରପୁର ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । କେମିତି ଓ କଣ ପାଇଁ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟିଲା ପୋଲିସ ପଚାରଉଚରା କରୁଛି । ଗ୍ୟାସ ସିଲିଣ୍ଡର ଫାଟିନଥିବାରୁ ବଡ଼ ବିପଦ ଆସୁ ଆସୁ ଟଳିଯାଇଛି  । ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟିବା ଖବର ପାଇସାରିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।