ନିଶାସକ୍ତ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ । କଟକରେ ସିରିଜ୍ ଦୁର୍ଘଟଣା । ଗୋଟିଏ ପରେ ଗୋଟିଏ କରି ଏକାଧିକ ଗାଡିକୁ ଧକ୍କା ଦେଲା କାର୍ । ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ଗାଡି ଭାଙ୍ଗିବା ସହ ଲୋକ ମଧ୍ୟ ଆହତ ହୋଇଛନ୍ତି । ବାରବାଟୀ ଷ୍ଟାଡିୟମ, ଯୋବ୍ରା, ଚାଉଳିଆଗଞ୍ଜ ସମେତ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ଗାଡିର ପିଛା କରି ନିଶାସକ୍ତ ଡ୍ରାଇଭରକୁ କାବୁ କରିଥିଲେ । ଗାଡି ଚାଳକକୁ ମାଡ ମାରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଘଟଣାସ୍ଥଳରେ ମଧୁପାଟଣା ପୋଲିସ ଓ ଏସପି ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ଗାଡି ଚାଳକକୁ ଅଟକ ରଖି ପଚରାଉଚରା କରୁଛି।