କମୁଛି କି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଲୋକ ପ୍ରୀୟତା … !

• ଯାତ୍ରାକୁ ଗସ୍ତ ବେଳେ କିଛି ହାତ ଗଣତି ନେତା ଉପସ୍ଥିତି ଏକ ପ୍ରଶ୍ନବାଚୀ ।

ବ୍ରହ୍ମପୁର, ୨୮/୪ (ଅଭିଜିତ କର): ଦେଶୀ ବେହେରା ସାହି ଠାରେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଯାତ୍ରାରେ ମା’ଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଦର୍ଶନ କଲେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଶ୍ରୀମତୀ ଉଷାରାଣୀ ଦେବୀ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ମହିଳା ଜିଲ୍ଲା ସଭାନେତ୍ରୀ ତଥା ମାନନୀୟା ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ ଏବଂ ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଏକ ବିସ୍ମିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି, କେବଳ ବିଧାୟକ କିମ୍ବା ସାଂସଦ ଆସିଲେ ଯେଉଁଭଳି ନେତାନଙ୍କ ସମାଗମ ଦେଖିବାକୁ ମିଳିଥାଏ, ସେହିଭଳି ଲୋକ ପ୍ରୀୟତା କିନ୍ତୁ ମନ୍ତ୍ରୀ ଉଷାଦେବୀଙ୍କ ଆଗମନରେ ଦେଖିବାକୁ ମିଳି ନଥିଲା । ଆଜିର ଅଚାନକ ଗସ୍ତ ବେଳେ ବ୍ରହ୍ମପୁରରେ ବ୍ରହ୍ମପୁର ବିଧାୟକ କିମ୍ବା ସାଂସଦ ଅନ୍ୟ କାର୍ଯ୍ୟ ଯୋଗୁଁ ସହରରେ ଅନୁପସ୍ଥିତ ଥିବା ବେଳେ, ଦଳର ଅନ୍ୟ ବରିଷ୍ଠ ନେତା ଓ କର୍ମୀ ମାନଙ୍କ ଦେଖା ମିଳି ନଥିଲା। ଏନେଇ ଏକ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ଅନ୍ୟ ଦିନରେ ମାନଙ୍କରେ ରାଜଧାନୀରୁ ଦଳୀୟ ପଦବୀରେ ଥିବା ନେତା ଆସିଲା ଦଳୀୟ ନେତା ଓ କର୍ମୀ ମାନଙ୍କ ଗହଳି ଦେଖିବାକୁ ମିଳୁଥିବା ବେଳେ ମନ୍ତ୍ରୀଙ୍କ ଗସ୍ତରେ କିଛି ହାତ ଗଣତି ନେତା ଓ କର୍ମୀଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା । ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଅନୁରୋଧ ବେଳେ ମନ୍ତ୍ରୀ ଉଷା ଦେବୀ ସିଧା ସଳଖ ମନା କରି ଦେଇଥିଲେ। ତେବେ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ସଭାନେତ୍ରୀ ଙ୍କ ଅନୁରୋଧ ସତ୍ତ୍ୱେ ଦଳର ବହୁ ନେତ୍ରୀ ଓ କର୍ମୀଙ୍କ ଅନୁପସ୍ଥିତି ଏକ ନା ପସନ୍ଦର ବିଷୟ କି ବୋଲି ପ୍ରଶ୍ନ ସୃଷ୍ଟି କରିଛି । ଏହି ଗସ୍ତରେ ମାନ୍ୟବର ମନ୍ତ୍ରୀ ମାଁ ଙ୍କ ଦର୍ଶନ ପରେ ଧର୍ମ ଝଣ୍ଡା ଠାରେ ହଳଦୀ ପାଣି ଅର୍ପଣ କରି ମନ୍ଦିର ନିକଟରେ ଫେରି, ଜଣେ ଦଳୀୟ ନେତାଙ୍କ ଘରେ ବିଶ୍ରାମ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ନେତା ଟି.ଗୋପୀ, କର୍ପୋରେଟର ଟି.କିଶୋରୀ, ସମୀର ମିଶ୍ର, ଜମୁଲା ଶ୍ରୀନିବାସ, ଏନ୍ ଆ ପ୍ପା ରାଓ, ବିଷ୍ଣୁ ପ୍ରିୟ, ମମତା ପାତ୍ର, ଟି. ତ୍ରିପତି ପାତ୍ର, ମହିଳା ଜୋନ୍ ସଭାନେତ୍ରୀ ମମତା ବିଷୋୟୀଙ୍କ ସମେତ କିଛି ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକୁ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ ଭୁପତିଙ୍କ ତତ୍ତ୍ଵାବଧାନରେ ପରିଚାଳନା ହୋଇଥିଲା।