କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା, ଏଣିକି କଲେଜରେ ରିଲ୍ସ ମନା

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି । ଏତଦବ୍ୟତୀତ କଲେଜ କ୍ୟାମ୍ପସ୍ ଭିତରେ ସ୍ମାର୍ଟଫୋନ ଓ ଜନ୍ମଦିନ ପାଳନକୁ ମଧ୍ୟ ବନ୍ଦ କରିଛନ୍ତି କଲେଜ କତୃପକ୍ଷ ।