ଆସିକା,୮/୬- ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଏକ ବନ୍ଧ ଠାରେ ଗତ ୫.୬.୨୦୨୩ ତାରିଖ ରାତି ପ୍ରାୟ ୮ଘଟଂ ସମୟରେ ଖଣ୍ଡରାବଳୀ ସ୍ଥିତ ଏକ କୁକୁଡା ଫାର୍ମରେ କାର୍ଯ୍ୟରତ ଡାକ୍ତରଙ୍କୁ ପ୍ରଥମେ ମାଡ ମାରି ତାଙ୍କ ଠାରୁ ଲୁଟ କରିବା ଘଟଣାରେ ଆସିକା ପୋଲିସ ଦୁଇ ଜଣ ଯୁବକକୁ ଗିରଫ କରି କୋର୍ଟ ପଠାଇଥିବା ଜଣାଯାଇଛି । ଦୁଇ ଅଭିଯୁକ୍ତ ଜଣକ ମଙ୍ଗଳପୁର ପଚାଂୟତ ନବରତ୍ନପୁର ଗ୍ରାମର ସ୍ୱର୍ଗତ ବାବୁଲା ପୋଲାଇଙ୍କ ପୁଅ ସିଲୁ ପୋଲାଇ(୨୧) ଓ ପ୍ରଫୁଲ ପୋଲାଇଙ୍କ ପୁଅ ଗଣେଶ ପୋଲାଇ ବୋଲି ଜଣାଯାଇଛି । ଏନେଇ ଆସିକା ଥାନା କେସ ନମ୍ବର-୩୨୯/୨୩, ଦଫା ୩୯୪ ଆଇପିସିରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସରୋଜ କୁମାର ପାତ୍ର ଆସିକା ଥାନା ଅନ୍ତର୍ଗତ ଖଣ୍ଡରାବଳି ଗ୍ର୍ାମ ସ୍ଥିତ ଏକ କୁକୁଡା ଫାର୍ମରେ ଡାକ୍ତର ଭାବେ କାର୍ଯ୍ୟରତ ରହିଛନ୍ତି ।
ପ୍ରତିଦିନ ଭଳି କୁକୁଡା ଫାର୍ମରେ କାର୍ଯ୍ୟ ସାରି ଗୁଣ୍ଠପଡା ଓ ଜାହାଡା ରାସ୍ତା ଦେଇ ସେ ମୁଣ୍ଡମରାଇ ଗ୍ରାମକୁ ଯିବା ଆସିବା କରିଥାନ୍ତି । ଏତିକି ବେଳେ ଗତ ୫.୬.୨୦୨୩ ତାରିଖ ରାତି ପ୍ରାୟ ୮ଟା ବେଳେ ନବରତ୍ନପୁର ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଗୁଣ୍ଠପଡା ଗ୍ରାମ ଶେଷରେ ମୁଣ୍ଡରେ ଥିବା ଏକ ବନ୍ଧ ନିକଟରେ ଅଟକାଇଥିଲେ । ତାଙ୍କୁ ଏକ ଧାରୁଆ ଛୁରୀ ବାହାର କରି ତାଙ୍କୁ ଚୁପ ରହିବା ପାଇଁ କହିଥିଲେ । କିନ୍ତୁ ସେ ପାଟି କରିବାରୁ ତାଙ୍କୁ ମାଡ ମାରିଥିଲେ । ଏହାପରେ ତାଙ୍କ ବାଇକର ଚାବି ବାହର କରିଦେଇଥିଲେ । ସେ କିଛି କହିବା ପୂର୍ବରୁ ତାଙ୍କ ପକେଟରେ ଥିବା ମୋବାଇଲ ପର୍ସରେ ଥିବା ୨ ହଜାର ଟଙ୍କା,ଆଧାର କାର୍ଡ,ପାନ କାର୍ଡ ଏବଂ ମୋଟର ସାଇକେଲ ଚାବିକୁ ନେଇ ଯାଇଥିଲେ । ଏହି ଘଟଣା ଘଟିବା ପରେ ସେ ସେଠାରୁ ଚାଲି ଚାଲି ଆସି ଗୁଣ୍ଠପଡା ଛକରୁ ଏକ ଲିପ୍ଟ ଯୋଗେ ଆସିକାକୁ ଆସି ଥାନାରେ ପହଁଚି ଘଟଣା ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।
ରିପୋର୍ଟ – ଜଗନ୍ନଥ ସାହୁ