ଛତ୍ରପୁର, ୩୧/୮ : ଦୀର୍ଘ ଦିନ ଧରି କୂଳରୁ ବାସନ୍ଦ କରାଯାଇଥିବାରୁ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରାର ପରିବାର ବର୍ଗ । ଏନେଇ ସେମାନେ ପୂର୍ବରୁ ପୋଲସରା ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସେମାନେ ବାଧ୍ୟ ହୋଇ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୋଲସରାର ଅଭିମନ୍ୟୁ ସାହୁ ଓ ତାଙ୍କ ପରିବାର ବର୍ଗଙ୍କୁ ତାଙ୍କ ରାଜଶ୍ରୀ ବଳାମି ସମାଜର ସଭାପତି କୂଳରୁ ବାସନ୍ଦ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହି ବାସନ୍ଦ ଦ୍ୱାରା ସେ ତାଙ୍କ ପୁଅ ଝିଅର ବିବାହ କାର୍ଯ୍ୟରେ ବାଧା ଉପୁଜୁଥିବା ମଧ୍ୟ ସେ ଗଞ୍ଜାମ ଏସପିଙ୍କୁ ଗୁହାରି କରିଛନ୍ତି । ଏଣୁ ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଗଞ୍ଜାମ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।