ଆସିକା – ଜାତୀୟ କୃଷି ବୈଷୟିକ ସମ୍ପ୍ରସାରଣ ମିଶନ ଅଧୀନରେ ଆସିକା ବାବନପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୈବିକ ଚାଷ ବିଷୟରେ ତାଲିମ ଶିବିର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବାବନପୁର ଆସିକା ଠାରେ ଉଦଯାପିତ ହେଇ ଯାଇଛି I
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧକ୍ଷ ରାଜେଶ ପଟ୍ଟନାୟକଙ୍କ ଆବାହକତ୍ୱରେ ବ୍ଲକ ବୈଷୟିକ ମଣ୍ଡଳୀ ଆବାହକ ବାସୁଦେବ ସାହୁ ଙ୍କ ସଂଯୋଜନାରେ, ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର, ବାବନପୁର ସମିତିସଭ୍ୟ ସନ୍ତୋଷ କୁମାର ଜେନା ଯୋଗ ଦେଇ ଓଡିଶା ସରକାରଙ୍କ କୃଷି ବିଭାଗ ଓ ମିଶନ ଶକ୍ତି ର ମିଳିତ ସହଯୋଗରେ କୃଷି କ୍ଷେତ୍ରରେ ମହିଳାଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧୀୟ ଯୋଜନା ବିଷୟରେ ବିଷଦ ଆଲୋଚନା କରା ଯାଇଥିଲା I ଉକ୍ତ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ଆସିକା ବ୍ଲକ ଅନ୍ତର୍ଗତ ସତରଟି ମହିଳା ସ୍ୱୟଂ ସହାୟକ ଦଳ ପର୍ଯ୍ୟାୟକ୍ରମେ ଅଂଶ ଗ୍ରହଣ କରିଥିଲେ I ଉକ୍ତ ତାଲିମ କାର୍ଯ୍ୟକ୍ରମରେ କୃଷି ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ ସହଯୋଗ କରିଥିଲ I