ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ : ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ହୀରାକୁଦ ଡ୍ୟାମର ପୁଣି ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଗତକାଲି ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର୨୨ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା। ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆଜି ଆହୁରି ୪ଟି ଗେଟ୍‌ ଖୋଲି ଦିଆଯାଇଛି ।

ସୂଚନା ଅନୁଯାୟୀ ହୀରାକୁଦରେ ଏବେ ସମୁଦାୟ ୨୬ ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି । ସେହିପରି ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୮.୫୮ ଫୁଟ୍‌ରେ ପହଞ୍ଚିଥିଲା।ଗତକାଲି ପର୍ଯ୍ୟନ୍ତ ହୀରାକୁଦର ୨୨ଟି ଗେଟ୍‌ ଖୋଲାଯାଇ ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ ହେଉଥିଲା । ତେବେ ଆଜି ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ତେଣୁ, ସ୍ଥିତି ଦେଖି ଆହୁରି ଅଧିକ ଗେଟ୍‌ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।