ଗଞ୍ଜାମ ପୋଲିସକୁ ବଡ ସଫଳତା: ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ, ୧୨ ଜୁଆଡ୍ଡି ଗିରଫ

ଗଞ୍ଜାମ: ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି  । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଆକ୍ସନ ମୋଡରେ ରହିଛି ଗଞ୍ଜାମ ପୋଲିସ । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ବେଶାଲ ଡ୍ରାଇଭ୍ କରାଯାଇଛି  । ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୨ ଜଣ ଜୁଆଡ୍ଡି ଙ୍କୁ ଗିରଫ କରାଯାଇଛି  । ଏବଂ ଏମାନଙ୍କ ନିକଟରୁ ନଗଦ ୭୭ ହଜାର ଟଙ୍କା, ୧୦ଟି ମୋବାଇଲ ଫୋନ୍ ଏବଂ ୪ଟି ଗାଡି ଜବତ କରାଯାଇଛି ।  ଏ ନେଇ ଗଞ୍ଜାମ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଜୁଆଡ୍ଡିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।