ଗଣେଶ ପୂଜା ମଣ୍ଡପରେ ଅଘଟଣ: ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଜେ.ଖଗେଶ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଗଣେଶ ପୂଜା ପେଣ୍ଡାଲରେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକର ଜୀବନ। ଗତକାଲି ରାତିରେ ଯୁବକ ଜଣଙ୍କ ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରାଣ୍ଡି ପୋଲିସ ପହଞ୍ଚି  ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।