ଗଣେଶ ମୂର୍ତ୍ତୀ କୁ ଟ୍ରାକ୍ଟରରେ ନେବା ବେଳେ ଅଘଟଣ ଘଟିଛି | ଛାତ୍ରଛାତ୍ରୀ ମୂର୍ତ୍ତିକୁ କଲେଜ ନେବା ବେଳେ ୧୧ କେଭି ତାରରେ ଲାଗିଯାଇଥିଲା | ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି କଟକ ନରାଜ ନିକଟର ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ । ଗଣେଶ ମୂର୍ତ୍ତୀ ନେବା ବେଳେ ତିନିଜଣ ଛାତ୍ର ବିଦ୍ୟୁତ୍ ତାର ସମ୍ପର୍କରେ ଆସିଥିଲେ । ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।