ଆସିକା ୨୦/୦୯- ଆସିକା ସହର ବିଭିନ୍ନ ଅନୁଷ୍ଠାନ ତଥା ସାହି ଗଳିରେ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି ଗଣେଶ ଚତୁର୍ଥୀ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହ ପାଳିତ ହୋଇଛି ଗଣେଶ ପୂଜା l ସକାଳୁ କଳସ ଯାତ୍ରା କରି ଵିଧିବଧ ଭାବେ ଗଣେଶ ଙ୍କ ଆବାହନ କରି ହୋମ ଯଜ୍ଞ ଆରମ୍ଭ ହୋଇଥିଲା l ଆସିକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆରିୟନ୍ ପବ୍ଲିକ୍ ସ୍କୁଲ, ଡିପଲ ସ୍କୁଲ, ସରକାରୀ ନିରଞ୍ଜନ ଉମେନସ୍ କଲେଜ, ମେକମାଇକେଲ୍ ସଂସ୍କୃୃତ୍ ଟୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ହରିହର ହାଇସ୍କୁଲ,ଏନ ଏ ସି ନୋଡାଲ ହାଇସ୍କୁଲ ତଥା ଆସିକାର ବହୁ ପୁରାତନ ଗଣେଶ ମେଢ଼ ବିନାୟକ ବଜାର, କଳାବିକାଶ କେନ୍ଦ୍ର, ତାଲୁକା ଛକ, ସୁନାମ୍ବ ସାହି, କପୁର ନୂଆଗାଁ ,କେନୂଆ ପୂଲୀ ,ଦେବଭୂମି,ଝଗଡେଇ, ନବରତନପୁର,ନିରାଳ, କମାଗଡ,ଆଦି ସ୍ଥାନରେ ବହୁ ଆଡମ୍ବର ସହ ଗଣେଶ ପୂଜା ଅନୁଷ୍ଠିତ ହୋଇଛି l