ଭୁବନେଶ୍ୱର ବାଲିଅନ୍ତା ରଙ୍ଗବଜାର ନିକଟ ନଦୀରେ ଅଘଟଣ। ଗାଧୋଇବାକୁ ଯାଇ ଭାସିଗଲେ ୧୭ ବର୍ଷର ବାଳକ। ଉଦ୍ଧାର ପାଇଁ ଜାରି ରହିଛି ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ। ନାବାଳକଙ୍କ ଘର ଝାରପଡା ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଗାଧୋଇବାକୁ ଯାଇ ଭାସିଗଲେ ୧୭ ବର୍ଷର ବାଳକ। ନିଖୋଜ ଥିବା ବାଳକର ଘର ଝାରପଡ଼ା ଅଞ୍ଚଳରେ। ଗତକାଲି ୪ଜଣ ପିଲା ରଙ୍ଗବଜାର ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ବାଳକଙ୍କ ନଦୀରେ ଗୋଡ଼ ଖସି ଯାଇଥିଲା। ନିଖୋଜ ଥିବା ନାବାଳକଙ୍କ ଘର ଝାରପଡା ଅଞ୍ଚଳରେ ବୋଲି ଜଣାପଡିଛି। ଉଦ୍ଧାର ପାଇଁ ଜାରି ରହିଛି ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳଙ୍କ କୌଣସି ଖବର ମିଳିପାରୁନି ।