ଆସିକା -ଆସିକା ଥାନା ଅନ୍ତର୍ଗତ ସ୍ଥାନୀୟ ବ୍ଳକ କଲୋନିରେ ଜଣେ ବିବାହିତା ମହିଳା ନିଜର ଦୁଇଟି ପୁତ୍ର ସନ୍ତାନକୁ ଧରି ଅହିଂସା ମାର୍ଗ ଅନୁସରଣ କରି ଧାରଣାରେ ବସିଛନ୍ତି। ପ୍ରକାଶ ଥାଉକି ସାନଖେମୁଣ୍ଡି ବ୍ଲକର ଡେଙ୍ଗାଡି ଗ୍ରାମର ନିରଞ୍ଜନ ପାତ୍ରଙ୍କ ୩୪ ବର୍ଷୀୟ ଝିଅ ପଦ୍ମିନୀ ସ୍ୱାଇଁ ଗତ ୨୭-୧୧-୨୦୧୫ ରେ ଆସିକା ବ୍ଲକ କୋଲନିର ଲଷ୍ମୀ ସ୍ବାଇଁଙ୍କ ପୁତ୍ର ମହେଶ ସ୍ବାଇଁଙ୍କୁ ବୈଦିକ ରୀତିନିତୀ ଅନୁସାରେ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ସହ ନାନା ପ୍ରକାର ମାନସିକ ଯନ୍ତ୍ରଣା ଦିଆଯାଉଥିଲା ବୋଲି କହିଛନ୍ତି ପଦ୍ମିନୀ l ତାଙ୍କର ଦ୍ୱିତୀୟ ପୁତ୍ର ସନ୍ତାନ ଜନ୍ମ ହେବାକୁ ଥିବା ବେଳେ ଶଶୁର ଘର ଲୋକ ତାଙ୍କୁ ଅଧିକ ନିର୍ଯ୍ୟାତନା ଦେଇଥିଲେ। ଫଳରେ ସେ ନିଜ ବାପ ଘରକୁ ପଳାଇ ଯାଇଥିଲେ । ସେଠାରେ ତାଙ୍କର ଦ୍ଵିତୀୟ ପୁତ୍ର ଜନ୍ମ ହୋଇଥିଲା ।
ସେ ଶଶୁର ଘରକୁ ବାରମ୍ବାର ଆସିଥିଲେ ମଧ୍ୟ ତାଙ୍କୁ ଘରେ ରଖାଯାଇ ନଥିଲା । ଫଳରେ ସେ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଇତି ମଧ୍ୟରେ ତାଙ୍କ ସ୍ୱାମୀ ମହେଶ ଗତ ଜୁନ ମାସରେ ଅନ୍ୟ ଜଣେ ଝିଅକୁ ବିବାହ କରିଥିବା ଜାଣିବା ପରେ ଏବେ ନିର୍ଯ୍ୟାତନା ପ୍ରଥମ ସ୍ତ୍ରୀ ଜଣକ ନ୍ୟାୟ ପାଇଁ ଦୁଇ ଛୁଆକୁ ଧରି ଧାରଣାରେ ବସିଛି।ଗୋଟିଏ ପଟେ ଶଶୁର ଘର ଲୋକେ ସମର୍ଥନ କରୁନଥିବା ବେଳେ ଅନ୍ୟପଟେ ବାପା ଘର ପାଖରେ ଝିଅ, ନାତି ମାନଙ୍କ ଖାଦ୍ୟ, ପୋଷାକ ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ସୁରକ୍ଷା ନିମନ୍ତେ ସମ୍ବଳ ନାହିଁ l ଶ୍ଵଶୁର ଘର ମଧ୍ୟରେ ପ୍ରବେଶ କଲେ ମଧ୍ୟ ଶାଶୁ, ଶଶୁର ମାରଧର କରି ଘରୁ ବାହାର କରିଦେଉଛନ୍ତି l ସେ ବାରମ୍ବାର ପୋଲିସ ଥାନା ଏବଂ ମହିଳା ଥାନା କୁ ଯାଇ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ନ୍ୟାୟ ମିଳୁନାହିଁ ବୋଲି କହୁଛନ୍ତି ପଦ୍ମିନୀ ଏବଂ ଦୁଇ ଶିଶୁକୁ ନ୍ୟାୟ ନମିଳିଲେ ଏଭଳି ଧାରଣାରେ ବସିବେ ବୋଲି କହିଛନ୍ତି l