ଗୁରୁଙ୍କ ପାଇଁ ଦିନଟିଏ

ବାଣପୁର,05/09:ଆଜି ପବିତ୍ର “ଗୁରୁଦିବସ ” ପୃଥିବୀ ସୃଷ୍ଟିର ଆଦି ରୁ ଅନ୍ତ ପଯ୍ୟନ୍ତ ଆମକୁ ଶିକ୍ଷା ଜାରିରଖିବାକୁ ପଡିବ କିନ୍ତୁ ଏ ଶିକ୍ଷା ଆମେ ପାଉ ଜଣେ ଈଶ୍ୱରଙ୍କ ସ୍ୱରୂପ ଜ୍ଞାନଦାତା….ଯାହାଙ୍କୁ ଆମେ ଏ ଧରା ପୃଷ୍ଠରେ ଗୁରୁ କହୁ….ଏ ଗୁରୁ ଦେବତାଙ୍କ ସହିତ ସମାନ ଏଥିନିମନ୍ତେ ଆମେ ତାଙ୍କ ସନ୍ମାନ ଉଦେଶ୍ୟ ରେ ପ୍ରତ୍ୟେକ ବର୍ଷପରି ପାଳନ କରୁ ” ଗୁରୁ ଦିବସ ” ଜଣେ ମହାନ ଗୁରୁ ତଥା ଭାରତବର୍ଷର ପ୍ରଥମ ଉପରାଷ୍ଟ୍ରପତି ଡା. ସର୍ବପର୍ଲି ରାଧାକୃଷ୍ଣ ଙ୍କ ସନ୍ମାନ ନିମନ୍ତେ… ସେହିପରି ଏକ ଉତ୍ସବ ଆଜି ବାଣପୁର NAC ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି l

” ଗୁରୁ ଦିବସ ” ପାଳିତ ଅବସରରେ ବାଣପୁର NAC ର ଚେୟାରମ୍ୟାନ ଶ୍ରୀଯୁକ୍ତ ମିଟୁ ନାୟକ ନିଜର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ l ଶିଶୁମାନଙ୍କୁ ଦେଶର ଭବିଷ୍ୟତ ବୋଲି ସମ୍ବୋଧନ କରିବା ସହିତ ସେମାନଙ୍କର ଭବିଷ୍ୟତ ନିର୍ମାଣ ରେ ଗୁରୁଙ୍କ ଭୂମିକାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରି ଗଣ ଉପସ୍ଥିତ ରହିବା ସହିତ ଛାତ୍ର-ଛାତ୍ରୀଙ୍କୁ ନିଜ ନିଜର ଆଶୀର୍ବାଦ ପ୍ରଦାନ କରିଥିଲେ l