ଗୁରୁବାର ଦିନ କରନ୍ତୁ ନାହିଁ ଏହି ସବୁ ଭୁଲ, ନ ହେଲେ ଘରେ ଲାଗି ରହିବ ଧନର ଅଭାବ

ବନ୍ଧୁଗଣ ଅନେକ ସମୟରେ ଏମିତି ହୋଇଥାଏ କି ଆମେ ଯେତେ ଟଙ୍କା ରୋଜଗାର କରିଲେ ବି ଆମ ପାଖରେ ନିଅଣ୍ଟ ହୋଇଥାଏ ବା ଧନ ରୁହେ ନାହି । ତେବେ ଏଥିପାଇଁ ଅନେକ ଲୋକ ଅନେକ ପ୍ରକାରର ଉପାୟ କରିଥାନ୍ତି । କଥାରେ ଅଛି ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ଯଦି ମା ଲକ୍ଷ୍ମୀ ଙ୍କ କୃପା ନ ପାଇଲେ କେବେ ବି ଜୀବନରେ ଧନ ରହିବ ନାହି । ଯଦି ବୃହସ୍ପତି ଗ୍ରହ ଖରାପ ରହିଲା ତେବେ ଧନ ଯେତେ ରୋଜଗାର କରିଲେ ବି ଅଯଥାରେ ଖର୍ଚ୍ଚ ହୋଇଥାଏ । ଧନ କେବେ ବି ରହିବ ନାହି । ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ କେଉଁ ଭୁଲ କରିଲେ ଧନର ଅଭାବ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୁରୁବାର ରେ ବେଦ ଗୁରୁ ବୃହସ୍ପତି ଙ୍କୁ ପୂଜା କରାଯାଏ । ଗୁରୁବାର ମା ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ଙ୍କୁ ସାଧୁ ସନ୍ଥ ଦେବତା ମଧ୍ୟ କୁହା ଯାଇଛି । ଏପରିକି ଆମ ଜୀବନରେ ସବୁ ସୁଖର ଚାବି ବୃହସ୍ପତିଙ୍କ ପାଖରେ ଥାଏ । ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ କୃପା ରହିଲେ ବ୍ୟକ୍ତି ଜୀବନରେ ଦୁଖ ରୁହେ ନାହି । ତେଣୁ ରାଶିରେ ବୃହସ୍ପତି ଚଳନ ହେଲେ ଦେବଗୁରୁଙ୍କୁ ଖୁସି ରଖିବା ଆବଶ୍ୟକ । ଏବେ ଆସନ୍ତୁ ଜାଣିବା ଗୁରୁବାର ଦିନ କରିବା ଅନୁଚିତ ।

୧- ଗୁରୁବାର ଦିନ ବିଳମ୍ବ ଯାଏଁ ସୟନ କରନ୍ତୁ ନାହି । ଏଭଳି ଅଭ୍ଯାସ ଥିଲେ ଏହାକୁ ପରିବର୍ତ୍ତନ କରନ୍ତୁ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଘର ସଫା କରିବା ଉଚିତ ।

୨- ସକାଳୁ ଉଠିବା ପରେ ବାସୀ ବିଛଣା ପଡିଥିଲେ ଠାକୁର ପୂଜା କରିବା ଉଚିତ ନୁହେଁ । ବାସୀ ବିଛଣା ଉଠାଇ ଘର ଝାଡୁ କରି ପୋଛା ମାରି ଠାକୁର ପୂଜା କରନ୍ତୁ । ଏହା ସହ ତୁଲସୀ ମା ଙ୍କ ପାଖରେ ପୂଜା କରି ଠାକୁର ପୂଜା କରିବା ଉଚିତ ।

୩- ଗୁରୁବାର ଦିନ ବୃହସ୍ପତି ଙ୍କୁ ସମର୍ପିତ ହୋଇଥିବାରୁ ଦେବଗୁରୁ ଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଯଦି ଆପଣ ଚାହିବେ ତେବେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଯାହା ଦ୍ଵାରା ବୃହସ୍ପତି ଙ୍କ କୃପା ଲାଭ ହେବ ସହ ଭଗବାନ ବିଶୁଣୁ ଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

୪- ଗୁରୁବାର ଦିନ ହଳଦିଆ ବସ୍ତୁ ଦାନ କରିଲେ ଶୁଭ ହୋଇଥାଏ । ଏହି ଦିନ ହଳଦୀ, କଦଳୀ, ଚଣା ଡାଲି ଦାନ କରିପାରିବେ । ଏହି ଦିନ ମା ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ଶ୍ଵେତ ଧାନ ବିଛାଇ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ । କିଛି ଶ୍ଵେତ ଫୁଲ ମଧ୍ୟ ମା ଙ୍କ ଉପରେ ଚଢନ୍ତୁ ।

୫- ଗୁରୁବାର ଦିନ ଘରେ ଆମିଷ କରନ୍ତୁ ନାହି କି ଭୋଜନ କରନ୍ତୁ ନାହି । ଗୁରୁବାର ସନ୍ଧ୍ଯା ରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।