ବ୍ରହ୍ମପୁର, ୫/୯ (ଅଭିଜିତ କର): ପବିତ୍ର ଗୁରୁ ଦିବସ ଅବସରରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଙ୍ଘ ପକ୍ଷରୁ ଟାଉନ ହଲ ପରିସରରେ ଏକ ସ୍ବତନ୍ତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମାଜସେବୀ ତଥା ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ ଯୋଗଦେଇ ଥିବା ବେଳେ, ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପୂର୍ବତନ କୁଳପତି ଶ୍ରୀ ଜୟନ୍ତ ମହାପାତ୍ର, ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ.ମନ୍ମଥ ପାଢ଼ୀ, ପୂର୍ବତନ କୁଳପତି ପ୍ରଫେସର ଅମେରନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ଉନ୍ନତ ମାନର ଶିକ୍ଷା, ଗୁରୁ ଶିଷ୍ୟ ପରମ୍ପରା, ଶିକ୍ଷା ଓ ଶିକ୍ଷା ଅନୁଷ୍ଠାନର ପରିଚାଳନା ପଦ୍ଧତି ଉପରେ ଆଲୋଚନା କରିବା ସହ ମହାନ ସଂଘ ପକ୍ଷରୁ ଯେପରି ଗୁରୁଙ୍କୁ ସମ୍ମାନ ନିମନ୍ତେ ଗୁରୁ ବନ୍ଦନା ଉତ୍ସବ ଆୟୋଜନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିବା ସହ ଗୁରୁ ବନ୍ଦନା ଉତ୍ସବ ଏକ ନୂତନ ପରମ୍ପରା ସୃଷ୍ଟି କରି ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କମିଶନର ବିନୋଦ କୁମାର ବେହେରା, ଗାୟତ୍ରୀ ଶିକ୍ଷାନୁଷ୍ଠାନର ନିର୍ଦ୍ଧେଶକ ସବିତା ସୁଆର, ଶିକ୍ଷାବିତ ଡ.ବାଇଲଡୁ ପାଣିଗ୍ରାହୀ, ସାମ୍ବାଦିକ ଗୋପାଳ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ସିମାଞ୍ଚଳ ପାଣିଗ୍ରାହୀ, ମହାନ ସଙ୍ଘର ସମ୍ପାଦକ ପ୍ରଶାନ୍ତ ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ସମୀର ଆଚାର୍ଯ୍ୟଙ୍କ ସଂଯୋଜନା କରିଥିବା ବେଳେ, ଏହି ଅବସରରେ ପ୍ରାୟ ୭୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ, ଅଧ୍ୟାପକ ଗୁରୁଙ୍କୁ ପୂଜନ କରାଯିବା ସହ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ, ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ବନ୍ଦନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦିକା ରମେଶ୍ୱରୀ ନନ୍ଦ, ମମତା ପାଢ଼ୀ, ସୀମା ଚଉଧୁରି, ରାଇ ରଞ୍ଜନ ନନ୍ଦ, ପ୍ରକାଶ ଭାଜନୀ, ମୃତ୍ୟୁଞ୍ଜୟ ସାହୁ, ସସ୍ମିତା ମହାନ୍ତି, ରତନା କଟନ, ପ୍ରାଚୀ ଜେନା, ଏଲ୍. ଏନ ନାୟକ, ବବିତା ପାଢ଼ୀ, ସତ୍ୟ ମହାରଣା, ସୁଶାନ୍ତ ସାହୁ, ଜୟଶ୍ରୀ ସାବତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଆଦ୍ୟଶ୍ରୀ ସାବତ ସ୍ବାଗତ ନୃତ୍ୟ ଏବଂ ସୁଦୀପ ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ, କାଳାଞ୍ଜଳି, ଓଡ଼ିଆନ ଗୁରୁକୂଳ, ଆରାଧ୍ୟା ନୃତ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।