ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକକାଳୀନ ମୋଟ ୨୯୫ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଗତ ୫ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏକକାଳୀନ ୧୦୬ଜଣ ବିଡିଓ ଓ ୧୮୯ଜଣ ତହସିଲଦାରଙ୍କ ପ୍ରଥମଥର ପାଇଁ ବଦଳି ହୋଇଛି । ଏହି ଓଏଏସ୍ ଅଫିସରମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଉଭୟ ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୦୬ଟି ବ୍ଲକରେ ନୂଆ ବିଡିଓ(ବ୍ଲକ୍ ଉନ୍ନୟନ ଅଧିକାରୀ)ଙ୍କୁ ନିଯୁକ୍ତି ମିଳିଛି ।