ଗୋଳନ୍ଥରା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ।

• ନିଷ୍ଟର ଛାତ୍ରଛାତ୍ରୀ ମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆନୁଷ୍ଠାନର ନାମକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ।

ବ୍ରହ୍ମପୁର, ୧୮/୯ (ଅଭିଜିତ କର): ଗୋଳନ୍ଥରା ସ୍ଥିତ ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ସୋମବାର ଶିକ୍ଷାନଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ ଡ଼.ସୁକାନ୍ତ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ବିପିୟୁଟି ରାଉଲକେଲାର କୁଳପତି ପ୍ରଫେସର ଅମିୟ କୁମାର ରଥ ଯୋଗଦେଇ ଥିଲେ। ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ବ୍ରହ୍ମପୁରକୁ ସ୍ଵତନ୍ତ୍ର ପରିଚୟ ଦେଇଛି, ଏହା ଆଗାମୀ ଦିନରେ ମଧ୍ୟ ଜାରି ରହୁ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଏକକ ବିଶ୍ବ ବିଦ୍ୟାଳୟ ଭାବେ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି ଏବଂ ଖୁବଶିଘ୍ର ଏହା ବିଶ୍ଵ ବିଦ୍ୟାଳୟର ମାନ୍ୟତା ପାଇବ, ଯାହା ଆମ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ପ୍ରଫେସର ଗୀତାଞ୍ଜଳି ଦାସ କହିଥିଲେ। ଏହା ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନକ ଗହଣରେ ଉତ୍ସାହର ପ୍ରେରଣା ଦେଖା ଦେଇଛି । ସେହିପରି ବୈଷୟିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏଠାକାର ବିଦ୍ୟାର୍ଥୀଙ୍କ ପାଖରେ କେଉଁ ଦକ୍ଷତା ରହିଛି, ତାହା ଖୋଜି ବାହାର କରିବା ଅଧ୍ୟାପକଙ୍କ ଲକ୍ଷ୍ୟ ରହିବା ଆବଶ୍ୟକ ବୋଲି ପ୍ରଫେସର ଅମିୟ କୁମାର ରଥ କହିଥିଲେ। ଆଗାମୀ ଦିନରେ ଶିକ୍ଷାନୁଷ୍ଠାନକୁ ଦେଶର ଏକ ନମ୍ବର ଗବେଷଣାତ୍ମକ ବିଶ୍ଵ ବିଦ୍ୟାଳୟ ଭାବେ ପରିଚିତ କରାଇବା ଲକ୍ଷ୍ୟ ରଖିଥିବା ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ ଶ୍ରୀ ମହାପାତ୍ର କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିବା ସହିତ ଦୀର୍ଘ ବର୍ଷ ଧରି ନିଷ୍ଟ ବୈଷୟିକ ଆନୁଷ୍ଠାନର ମେଧାବୀ ଛାତ୍ରଛାତ୍ରୀ ମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଷ୍ଟର ନାମକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ଏବଂ ଆଗାମୀ ଦିନରେ ଏହି ଧାରାକୁ ବଜାୟ ରଖିବା ପାଇଁ ପରିଚାଳନା କମିଟି ତଥା ଛାତ୍ରଛାତ୍ରୀ ମାନେ ସର୍ବଦା ଚେଷ୍ଟିତ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାନୁଷ୍ଠାନର ଗଭର୍ଣିଂ ବଡି ସଦସ୍ୟ ବିମଳ କୁମାର ମିଶ୍ର ମଞ୍ଚାସିନ ରହି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଆଦର୍ଶକୁ ନେଇ ବିଭିନ୍ନ ସେମିନାର କଲେଜ ପରିସରରେ ଦିନ ତମାମ ଜାରି ରହିଥିଲା ଯେଉଁଥିରେ ଗବେଶଣା ଓ ଉଦଭାବନା, ପ୍ରାରମ୍ଭ ଏବଂ ଶିଳ୍ପ ସଂଯୋଜିକରଣ, ଛାତ୍ର ସଂସଦ, ଏକାଡେମୀକ ଓ ଶିଳ୍ପ ସହଭାଗିତ ପରି ଅନେକ ବିଷୟକୁ ନେଇ ଆଲୋଚନା କରାଯାଇଥିଲେ। ଏହି ଆଲୋଚନା ଚକ୍ରରେ ଅଜୟ କୁମାର ମହାନ୍ତି, ଆଶିଷ ରଞ୍ଜନ ସୁବୁଧି, ଏବଂ ଡ଼. ଦୁର୍ଗା ମାଧବ ମିଶ୍ର ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଆମେରିକାରୁ ଯୋଗଦାନ କରି ବିଦ୍ୟାର୍ଥୀଙ୍କୁ ମାଗ ଦର୍ଶନ କରିଥିଲେ।

ସେହିପରି ସନ୍ଧ୍ୟା ସମୟରେ ଅନୁଷ୍ଠାନ ପକ୍ଷରୁ କଲେଜର ଆଲୁମିନି ବିଦ୍ୟାର୍ଥୀ ମାନଙ୍କୁ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଶହେ ଜଣ ଆଲୁମିନିଙ୍କୁ ସମ୍ବର୍ଦ୍ଧନା ଏବଂ ୨୭ ବର୍ଷ ପୂର୍ତ୍ତି ଅବସରରେ ଅଧ୍ୟାପକ, ଅଣ-ଅଧ୍ୟାପକ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପ୍ରଫେସର ଡ଼ ବିଷ୍ଣୁକର ନାୟକ, ଡ଼ ଭାସ୍କର ଭୋଳ, ଡ଼. ବ୍ରଜ କିଶୋର ମିଶ୍ର, ଡ଼ ଲକ୍ଷ୍ମୀକାନ୍ତ ରାଜୁ, ଡ଼. ମାନବେନ୍ଦ୍ର ପାତ୍ର, ପ୍ର.ସ୍ୱାଧୀନ ମିଶ୍ର, ଡ଼.ସୁଶାନ୍ତ ସାହୁ, ପ୍ର.ସରୋଜ ପାଢ଼ୀ, ପ୍ର.ମିଟୁ ବରାଳ, ଡ଼.ଅମର ନାଥ ପାଢ଼ୀ, ଡ଼.ଭାନୁ ପ୍ରସାଦ ବେହେରା, ପ୍ର.ଭବାନୀ ଗୌଡ଼, ପ୍ରର.ଦୁର୍ଗା ମାଧବ ପାଢ଼ୀ, ପିତାମ୍ବର ସାହୁ, ପ୍ରଭୁଦତ୍ତ ମିଶ୍ର, ମନୋଜ ସେନାପତି, ଗୋପବନ୍ଧୁ ଉତ୍ତରକବାଟ, ସୌମ୍ୟା ମୁଦୁଲି, ସୁନିତା ପଣ୍ଡା, ସନ୍ତୋଷ ସାହୁ, ରମାକାନ୍ତ ଚୌଧୁରୀ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଡ. ଆକାଂକ୍ଷା ପଟନାୟକ ମଂଚ ପରିଚାଳନା କରିଥିବା ବେଳେେ, ଅନୁଷ୍ଠାନର ମିଡ଼ିଆ ସେଲ୍ ସଂଯୋଜକ ଡ଼. ପ୍ରୀତି ରଞ୍ଜନ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିିଥିଲେ।