ଘୁମୁସର ଜିଲ୍ଲା ମାନ୍ୟତା ଦାବି କରି ଚିଠି ଲେଖିଲେ ଛାତ୍ରଛାତ୍ରୀ

ଜଗନ୍ନାଥପ୍ରସାଦ ,୪/୦୯ ଉପଖଣ୍ଡର ବିଭିନ୍ନ ବ୍ଳକର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଢି ଉଠିଥିବା ‘ଘୁମୁସର ବାହିନୀ’ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଚିଠି ଲେଖା ଏବଂ ଦସ୍ତଖତ ଅଭିଯାନ କରି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କ ଉଦେଶ୍ୟ ପ୍ରେରିତ କରୁଛି। ଆଜି ଏହି ଅଭିଯାନ ରେ ଜଗନ୍ନାଥ ପ୍ରସାଦ ବ୍ଳକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ କଳିଙ୍ଗପଦର ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ ଙ୍କ ପାଖକୁ ଘୁମୁସର ଜିଲ୍ଲା ଦାବି ନେଇ ଚିଠି ଲେଖିଛନ୍ତି। ଏହି ଅଞ୍ଚଳର ରୁଢାପଦର,କଳିଙ୍ଗପଦର ,ଗାୟାଗଣ୍ଡାର ଜନସାଧାରଣ କୌଣସି କାଯ୍ୟରେ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରକୁ ଉପରେ ନିର୍ଭର କରିଥାନ୍ତି।

ଯାହାକି ୧୩୫ କିଲୋମିଟର ଅଟେ। ବାସ୍ତବରେ ଏଠାକାର ଲୋକେ ଜିଲ୍ଲାପାଳ ଙ୍କ କାଯ୍ୟାଳୟ କୁ କୌଣସି କାଯ୍ୟ ରେ ଯାଇ ପୁଣି ସେହି ଦିନ ଫୋରିବା ସମ୍ଭବ ନୁହେଁ । ଫଳରେ ଏହି ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ଘୋଷଣା କରିବାକୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଏହି ଚିଠି ଲେଖା କାଯ୍ୟକ୍ରମ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି। ଘୁମୁସର ବାହିନୀ ସଦସ୍ୟ କେଶବ ବାରିକ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାଯ୍ୟକ୍ରମରେ ଅଞ୍ଚଳବାସୀ ଙ୍କ ବିପୁଳ ସମର୍ଥନ ରହିଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପ୍ରାୟ ୨୦୬ ଖଣ୍ଡ ଚିଠି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କ ଉଦ୍ଦେଶ୍ୟ ରେ ଲେଖାଯାଇଛି। ଏଥିରେ ଭଂଜନଗର ରୁ ଅରିକ୍ଷୀତ ପରିଛା ଏବଂ ନଚିକେତା ପ୍ରଧାନ  ସହଯୋଗ କରିଥିଲେ।