ବଡ଼ ଖବର ଯାହା ସାମ୍ନାକୁ ଆସିଛି କେରଳ ଉପକୂଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେଳର ଛୁଇଁବା ନେଇ ଆଇଏମଡି ତରଫରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଥିଲେ ପାଣିପାଗ ବିଜ୍ଞାନୀ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ରଜ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ । ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିଲା । ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ‘ବିପର୍ୟ୍ୟୟ’ । ଏବେ ଏହା ଉତର ଦିଗରେ ନିଜର ଗତିପଥ ବଜାୟ ରଖିଛି । ଆଗାମୀ ୨୪ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ଏହା ଉତର ପଶ୍ଚିମ ଦିଗରେ ଗତି କରି ଓମାନ ଆଡକୁ ମୁହାଁଇପାରେ ବୋଲି କୁହାଯାଇଛି । ଅନ୍ୟପକ୍ଷରେ, ମୌସୁମୀର ଆଗମନ ଦେଶବାସୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ।