ଚିଲିକାରେ ବୁଡି ଯୁବକଙ୍କ ମୃତ୍ୟୁ, ମୃତ ଦେହ ଉଦ୍ଧାର

ବାଲୁଗାଁ,11/09:ଚିଲିକା ବ୍ଲକ୍ ବଡକୂଳ ପଞ୍ଚାୟତ ଅଶ୍ଵରୀପାଟଣା ଗ୍ରାମର ବାସୁଦେବ ନାୟକ(୪୦)। ଗତକାଲି ଦିନବେଳୁ ବାସୁଦେବ କୁଆଡେ ଚାଲି ଯାଇଥିବା କହିଥିଲେ ତାଙ୍କ ପରିବାର ଲୋକେ। ଆଜି ସକାଳୁ ସକାଳୁ ପାନ୍ଥନିବାସ ଜେଟି ବାହାର ପାର୍ଶ୍ଵରୁ ବାସୁଦେବଙ୍କ ମୃତଦେହ ଚିଲିକା ରେ ଭାଷମାନ ଅବସ୍ଥାରେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l ଲୋକଙ୍କ କହିବା ମୁତାବକ ବାସୁଦେବ ଜେଟି ନିକଟକୁ ଶୌଚ ହେବାକୁ ଆସିଥିବାବେଳେ ଅସାବଧାନତା ଯୋଗୁଁ ପଥରରେ ଗୋଡ ଖସି ପାଣି ଭିତରକୁ ଖସି ଯାଇଥିଲେ। କିନ୍ତୁ ଆଜି ତାଙ୍କର ମୃତ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ l ବାଲୁଗାଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଶବ ଉଦ୍ଧାର କରି ବା ସହିତ ବାଲୁଗାଁ ପୋଲିସ ଓ ନlଭlଲ ଫାଣ୍ଡି କୁ ହସ୍ତାନ୍ତର କରିଛି lତେବେ ବାସୁଦେବ ଙ୍କ ଏହିଭଳି ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ବାସୁଦେବ ଙ୍କ ଏପରି ମୃତ୍ୟୁ କୁ ଲୋକେ ବିଶ୍ୱାସ କରି ପାରୁ ନଥିବା ବେଳେ, ଏହି ସନ୍ଦେହ ଜନକ ମୃତ୍ୟୁ ର ତଦନ୍ତ କରି ପ୍ରଶାସନ ପ୍ରକୃତ ରହସ୍ୟ ପର୍ଦାଫାଶ କରିବା ପାଇଁ ଜନସାଧାରଣଙ୍କ ଦାବି ଜୋର୍ ଧରିଛି l