ଆସିକା 14/09- ଆସିକା ଗୁଣ୍ଠୁପଡା ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର, ଅଶୋକ କୁମାର ବାରିକ, ଯଟ କିଶୋର ହାତି, ମାନସ କୁମାର ଦଳେଇ ଓ ଅଜିତିବ୍ କୁମାର ପ୍ରଧାନ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଅଗ୍ନିକାଣ୍ଡ ନିୟନ୍ତ୍ରଣ, ଉଚ୍ଚଅଟାଳିକାରୁ ରେସ୍କ୍ୟୁ କରିବା, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ନିଜକୁ ମୁକାବିଲା କରିବା ସହ ନିଜ ଅଞ୍ଚଳରେ ଏହାର ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ର ତଥା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଯଥା ଅନିୟ କୁମାର ସାମଲ୍, ସୁଶିଲ ମୋହନ ପାତ୍ର, ଇଶ୍ବରୀ ମହାପାତ୍ର, ସୁନୀତା ପରିଡା, ସନ୍ଧ୍ୟାରାଣୀ ବେହେରା ଉପସ୍ଥିତ ରହି ପ୍ରଶିକ୍ଷଣରେ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର ଆଗ୍ନିଶ୍ରମ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।