ବେଗୁନିଆପଡା, (ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେଞ୍ଜ ଅନ୍ତର୍ଗତ ସୁମଣ୍ଡଳ ବନଖଣ୍ଡ ର ସାହାଖୋଲ ଜଙ୍ଗଲ ଜମି ଅଧିଗ୍ରହଣ କୁ ନେଇ ବିବାଦ ଦେଖାଦେବା ପରେ ତାର ସମାଧାନ କରିବା ନିମନ୍ତେ ସୋମବାର ଶାଳବଣ ନିକଟସ୍ଥ ଶ୍ରୀ ତୁମ୍ବେଶ୍ୱର ଙ୍କ ପ୍ରାଙ୍ଗଣରେ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ସୂଚନା ପ୍ରକାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ଅଧିଗ୍ରହଣ ଆକ୍ଟ 2006 ଅନୁଯାୟୀ ସାହାଖୋଲ କାଜୁ ଜଙ୍ଗଲ ର ପଚାଶ ହେକ୍ଟର ଜମି କୁ ନୂଆପଲ୍ଲୀ ଗ୍ରାମବାସୀ ଙ୍କୁ ପଟ୍ଟା ଆକାରରେ ପ୍ରଦାନ କରାଯାଇଛି | କିନ୍ତୁ ଶାଳବଣ ଗ୍ରାମ ନିବାସୀ ସନ୍ୟାସୀ ଜେନା ପୂର୍ବରୁ ସେହି ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା |
ଯାହା ଫଳରେ ସୁମଣ୍ଡଳ ବନଖଣ୍ଡ ଅଧିକାରୀ କାମନା ଭୂୟାଁ ଏଵଂ ବେଗୁନିଆପଡା ଥାନା ଏସଆଇ ଜଗଦୀଶ ପଣ୍ଡା ଆୟୋଜିତ ବୈଠକରେ ଉପସ୍ଥିତ ରହି ଘଟଣା ର ଆପୋଷ ସମାଧାନ ପାଈଁ ମତ ରଖିଥିଲେ | କିନ୍ତୁ ନୂଆପଲ୍ଲୀ ଗ୍ରାମ୍ୟ କମିଟି ମୁଖିଆ ସୋଲିଆ ଶବର ଏହି ବୈଠକରେ ଅନୁପସ୍ଥିତ ଥିବା କାରଣରୁ ଆଗାମୀ ଦିନରେ ପୁଣି ଥରେ ବୈଠକ କରାଯାଇ ଉଭୟ ପକ୍ଷର ଲୋକଙ୍କ ସମେତ ରାଜସ୍ବ ବିଭାଗ ର ଉପସ୍ଥିତିରେ ଘଟଣା ର ସମାଧାନ କରାଯିବାକୁ ନିଷ୍ପତି ନିଆଯାଇଥିଲା | ଏହି ବୈଠକରେ ସୁମଣ୍ଡଳ ବନଖଣ୍ଡ ଅଧିକାରୀ କାମନା ଭୂୟାଁ, ବେଗୁନିଆପଡା ଥାନା ଏସଆଇ ଜଗଦୀଶ ପଣ୍ଡା ଙ୍କ ସମେତ ତୁମ୍ବେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଜୟରାମ ସ୍ୱାଇଁ,ସମ୍ପାଦକ ପ୍ରଶ୍ନ କୁମାର ସ୍ୱାଇଁ,ସମାଜସେବୀ ବୁଲା ଜେନା,ବିଜୟ କୁମାର ସ୍ୱାଇଁ,ବିଜୟ କୁମାର ସାହୁ,ନବ ସ୍ୱାଇଁ ଙ୍କ ସମେତ ନୂଆପଲ୍ଲୀ ର କିଛି ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ |