ଜାତୀୟ ଫାର୍ମାସୀ ସପ୍ତାହରେ ହୋମ ଡେଲିଭେରୀ ଆପର ଶୁଭାରମ୍ଭ

ବ୍ରହ୍ମପୁର, ୧୯/୧୧ (ଅଭିଜିତ କର): ୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ଔଷଧ ବ୍ୟବସିୟୀ ସଂଘ, ଓଡ଼ିଶା ଫାର୍ମାସିଷ୍ଟ ସଂଘ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ, ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ଓ ସମସ୍ତ ଫାର୍ମାସୀ କଲେଜ୍ ଅଧକ୍ଷ ଓ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏମକେସିଜି ମେଡିକାଲ ମେଇନ୍ ଗେଟ ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏକ ରାଲି ଆୟୋଜିତ ହୋଇଥିଲା, ଏଥିରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଯୋଗଦାନ କରି ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଏହି ରାଲି ସ୍ଥାନୀୟ ଆଇଟିଆଇ ଠାରୁ ଆରମ୍ଭ ହୋଇ ଦକ୍ଷିଣାଞ୍ଚଳ ଆର.ଡି.ସି.ଙ୍କ ବାସ ଭବନ ଠାରେ ପହଞ୍ଚି ସେଠାରେ ରାଜସ୍ବ କମିଶନରଙ୍କୁ ଏକ ଦାପିପତ୍ର ପ୍ରଦାନ କରିଥିଲେ । ଏହାପରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମିଟ ଅନୁଷ୍ଠିତ ହୋଇଥିଲା । ଏହି ସଭାକାର୍ଯ୍ୟ ମୁଖ୍ୟ ସଂଯୋଜକ ନବୀନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦନ କରିଥଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଡିଏମଇଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ସିଡିଏମଓ ଡାକ୍ତର ଉମ ଶଙ୍କର ମିଶ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧରେ ୟୁସିଡିଏ ସଭାପତି ପି. ସତ୍ୟ ନାରାୟଣ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଭାପତି ଅକ୍ଷୟ କୁମାର ଦାସ, ସୋପା ସଭାପତି ବିଜୟ ସ୍ୱାଇଁ, ଅଧକ୍ଷ ଲଳିତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ସେହିପରି ୟୁସିଡ଼ିଏ ତରଫରୁ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ମେଡିସିନ ହୋମ ଡେଲିଭେରୀ “ୟେୱ” ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା । ଏଥିରେ ସମସ୍ତ ଅତିଥି ଓ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିବା ସହ ଶେଷରେ ଅଭିମନ୍ୟୁ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।