ଧରାକୋଟ,25/9; ଧରାକୋଟ ନିକଟସ୍ଥ ଜାନବିଲି ଅନିକଟରୁ ଋଷିକୁଲ୍ୟା ନଦୀ ରେ ଭାସି ଆସି ଲାଗିଥିବା ଏକ ଶବ କୁ ଧରାକୋଟ ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କରାଯିବା ପରେ ଧରାକୋଟ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟାହ୍ନ ସମୟରେ ଏକ ଅଜଣା ବ୍ୟକ୍ତିର ଶବ ଋଷିକୁଲ୍ୟା ନଦୀ ରେ ସୋରଡ଼ା ପଟରୁ ଭାସି ଆସି ଆନିକଟ ଗେଟରେ ଲାଗିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।
ତୁରନ୍ତ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଧରାକୋଟ ଅଗ୍ନିଶମ ବିଭାଗ କୁ ଖବର ଦେବାପରେ ଅଗ୍ନିଶମ ବିଭାଗ ତରଫରୁ ନଦୀ ଭିତରୁ ଶବକୁ ଉଦ୍ଧାର କରାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ପରେ ଏହା ଦୁଇ ତିନି ଦିନ ତଳର ଶବ ବୋଲି ଅନୁମାନ କରାଯାଉଛି। ଧରାକୋଟ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥାନାରେ 5/23 ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ପ୍ରକାଶ କରିଛନ୍ତି।