• ୨୨ରୁ ଉର୍ଦ୍ଧ୍ବ କୁକୁରଙ୍କୁ ଜଳାନ୍ତକ ଟିକା ପ୍ରଦାନ ସହ ୩ଜଣ ଚିକିତ୍ସକଙ୍କୁ ସମ୍ମାନିତ ।
ବ୍ରହ୍ମପୁର, ୩୦/୪ (ଅଭିଜିତ କର): ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଶନିବାର ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ମାସର ଶେଷ ଶନିବାରକୁ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଭାବରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାଣୀ ସମ୍ପଦ ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ମୁରଲୀଧର ବେହେରା ଏବଂ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଶିବ କୁମାର ମହାନ୍ତି ଯୋଗଦେଇ ପ୍ରାଣୀ ଚିକିତ୍ସା ବୃତ୍ତି କ୍ଷେତ୍ରରେ ବିବିଧତା, ନିରପେକ୍ଷତା ଓ ସମୂହତାର ବିକାଶ ନିମନ୍ତେ ପ୍ରୋତ୍ସାହିତ ଦିଗରେ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଅରବିନ୍ଦ ବେହେରା, ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଦେବାନନ୍ଦ ସାହୁ, ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ପ୍ରଦୀପ କୁମାର ସାହୁ, ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ବିଶ୍ୱଜିତ ରାଉତ, ପ୍ରାଣୀ ଚିକିତ୍ସକ ଡ଼ଃ ସତ୍ୟ ନାରାୟଣ କର ଓ ଡ଼ଃ ବିଭୂ ପ୍ରସାଦ ପଣ୍ଡା ଉପସ୍ଥିତ ଥିଲେ। ଏଥିରେ ୨୨ରୁ ଉର୍ଦ୍ଧ୍ବ କୁକୁରଙ୍କୁ ଜଳାନ୍ତକ ଟିକା ଦିଆ ଯାଇଥିଲା । ଏହି ଅବସରରେ ୨୦୨୨-୨୦୨୩ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୩ଜଣ ଚିକିତ୍ସକ ଡ଼ଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପୋଲସରା ଗୋଷ୍ଟୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ଃ ପିଙ୍କି ସାହୁ ବୁଗୁଡ଼ା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଡ଼ଃ ରାକେଶ କୁମାର ପତି ବେଲଗୁଣ୍ଠା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ଏମ୍.ଭି.ୟୁ)ଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ।