ଛତ୍ରପୁର,୧୪/୯ : ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ରେ ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଛି । ସଡକ ଦୃର୍ଘଟଣାରେ ଅଧିକ ଲୋକ ମୃତ୍ୟୁ ହେଉଥିବାରୁ ବ୍ୟାପକ ସଚେତନତା ସମେତ ଗାଡି ଚେକିଂକୁ ଜୋରଦାର କରିବାକୁ କୁହାଯାଇଛି । ସେହିପରି ଗଞ୍ଜାମ ଅବକାରୀ ବିଭାଗକୁ ୯୮.୪ କୋଟି ଟିକସ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ୩୭.୫୩କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ବ୍ରହ୍ମପୁର ଅବକାରୀ ବିଭାଗକୁ ୮୪ କୋଟି ଟାର୍ଗେଟ୍ରୁ ୩୧.୦୫ କୋଟି ଟଙ୍କା ଆଦାୟ କରିପାରିଛି । ଜିଲାରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବାକୁ ମଧ୍ୟ କୁହାଯାଇଛି, ଏହା ସହିତ ଏକ ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି ।
ନୂତନ ଗାଇଡଲାନ ଅନୁସାରେ ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ଅତିରିକ୍ତ ଜିଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଡି ରହିିବା ମ୍ୟୁଟେସନ , ଘବାରୀ ପଟ୍ଟା ଠାରୁ ଆରମ୍ଭ ବିଭିନ୍ନ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିତାଧିକାରୀ ମାନଙ୍କୁ ସେବା ପ୍ରଦାନ କରିବା , ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣା ରୋକିବା ସହ ନୀୟମିତ ଚଢାଉ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ବ୍ରହ୍ମପୁର ଉପଜିଲ୍ଲପାଳ ଆଶୁତୋଷ କୂଲକର୍ଣ୍ଣି , ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାଏ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ, ସମସ୍ତ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।