ଆସିକା – ରାଜ୍ୟ ଭାରତ ସ୍କାଉଟ ଗାଇଡ ନିର୍ଦେଶ ଓ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଜିଲ୍ଲା ସମ୍ପାଦକ ଭାଗିରଥି ସ୍ବାଇଁଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ କ୍ରମେ ଆସିକା ହରିହର ହାଇସ୍କୁଲ ଠାରେ ତୃତୀୟ ସୋପାନ ପରୀକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ଭାରତ ସ୍କାଉଟ ଗାଇଡ଼ ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା lରାଜ୍ୟ କାଉନସିଲ ସଭ୍ୟ ଭାସ୍କର ରଣା,ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣାଙ୍କ ନେତୃତ୍ୱରେ ସ୍କାଉଟ ମାଷ୍ଟର ରାଜେଶ ପାତ୍ର,ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା,ଧୀର ସମୀର ପାଣିଗ୍ରାହୀ,ଏମ. ଶ୍ରୀନୁ ପାତ୍ର, ଶୁଭେନ୍ଦୁ ମିଶ୍ର,ମନୋରଞ୍ଜନ ରଥ,ଅରୁଣ କୁମାର ପଟ୍ଟନାୟକ ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗୀତାରାଣୀ ସାବତ, ମାନିନୀ ସାହୁ, ଭାରତୀ କୁମାରୀ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆସିକା ତଥା ଆଖପାଖ ବିଦ୍ୟାଳୟ ର ୧୩୦ ଜଣ ସ୍କାଉଟ ୬୪ ଜଣ ଗାଇଡ଼ ମାନଙ୍କୁ ନେଇ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିରରେ ନଟିଙ୍ଗ, ମେପିଙ୍ଗ, କମ୍ପାସ, ପ୍ରାଥମିକ ଚିକିତ୍ସା, ସ୍କାଉଟ ଗାଇଡ଼ ଇତିହାସ,ସିଗନାଲିଙ୍ଗ ଏସ୍ଟିମେଶନ, ଫ୍ଲାଗ ପ୍ରୋସିଜର,ଲେସିଂ, ଗେମିଙ୍ଗ, ସ୍କାଉଟ ଗାଇଡ଼ ନିୟମ, ପ୍ରତିଜ୍ଞା ଆଦି ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଦିଆ ଯାଇଥିଲାlଏହି ଶିବିର ଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ବ କରି ଅଂଶ ଗ୍ରହଣ କରିଥିବା ସ୍କାଉଟ ଓ ଗାଇଡ଼ ମାନଙ୍କୁ ଉତ୍ସାହିତ କରି ଥିଲେ l